ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଆଇଡିଏଫ୍‌ ଆକ୍ରମଣରେ ଗାଜାରେ ୫ ଅଲ୍ ଜଜିରା ସାମ୍ୱାଦିକଙ୍କ ମୃତ୍ୟୁ, ଜଣେ ହମାସ ଆତଙ୍କୀ ଥିବା ଇସ୍ରାଏଲର ଦାବି

Published By : Swapna Ray | August 11, 2025 9:29 AM

ନୂଆଦିଲ୍ଲୀ, ୧୧।୮: ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ଯୋଜନା କରୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଇସ୍ରାଏଲୀ ସୁରକ୍ଷା ବାହିନୀ ଗାଜାରେ ଘନ ଘନ ସିରିଜ ଆକ୍ରମଣ କରୁଛନ୍ତି । ରବିବାର ହୋଇଥିବା ସିରିଜ୍ ଆକ୍ରମଣରେ ୫ ଜଣ ଅଲ ଜଜିରା ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଲ୍ ଜଜିରା ରିପୋର୍ଟ ଅନୁଯାୟୀ, ଗାଜା ସହରରେ ଅଲ-ଶିଫା ହସ୍ପିଟାଲର ମୁଖ୍ୟ ଫାଟକ ବାହାରେ ପ୍ରେସ୍ ପାଇଁ ଲଗାଯାଇଥିବା ଏକ ତମ୍ୱୁକୁ ଚାର୍ଗେଟ୍ କରାଯାଇଥିଲା । ଇସ୍ରାଏଲୀ ଆକ୍ରମଣରେ ମୋଟ୍ ୭ ଜଣ ପ୍ରାଣ ହରାଇଥିଲେ । ଏଥିମଧ୍ୟରୁ ୫ ଜଣ ସାମ୍ୱାଦିକ ଥିଲେ । ରିପୋର୍ଟରେ କୁହାଯାଇଛି ଯେ, ମୃତକଙ୍କ ମଧ୍ୟରେ ଅଲ୍ ଜାଜିରାର ପ୍ରତିନିଧି ଅନସ ଅଲ୍ ଶରିଫ୍, ମହମ୍ମଦ କାରିକେହଙ୍କ ସହ କ୍ୟାମେରାମ୍ୟାନ୍ ଇବ୍ରାହିମ୍ ଜାହିର, ମୋଆମେନ୍ ଅଲିୱା ଏବଂ ମହମ୍ମଦ ନୌଫାଲ ଥିଲେ । ଆକ୍ରମଣରେ କିଛି ସମୟ ପରେ, ଇସ୍ରାଏଲୀ ସେନା ଏକ ବିବୃତ୍ତିରେ ଅଲ୍ ଜାଜିରା ପ୍ରତିନିଧି ଅନସ ଅଲ୍ ଶରିଫ୍‌ଙ୍କୁ ଟାର୍ଗେଟ କରାଯାଇଥିବା ସ୍ୱୀକାର କରିଥିଲା । ଅନସ ଅଲ୍ ଶରିଫ୍‌ ଜଣେ ଆତଙ୍କବାଦୀ ବୋଲି କହିବା ସହ, ସେ ହମାସର ଏକ ଆତଙ୍କବାଦୀ ସେଲ୍‌ର ପ୍ରମୁଖ ଭାବରେ କାର୍ଯ୍ୟ କରିଥିବା ଇସ୍ରାଏଲ କହିଛି । 

ମୃତ୍ୟୁ ପୂର୍ବର ବୋମା ବିସ୍ଫୋରଣର ରିପୋର୍ଟିଂ:

୨୮ ବର୍ଷୀୟ ଅଲ୍ ଶରିଫ ତାଙ୍କ ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ଗାଜା ସିଟିରେ ଇସ୍ରାଏଲର ବୋମାମାଡ଼ ବିଷୟରେ ରିପୋର୍ଟିଂ କରୁଥିଲେ। ସରିଫ୍ ସୋସିଆଲ ମିଡିଆ ଏକ୍ସରେ ଇସ୍ରାଏଲର ଆକ୍ରମଣକୁ ନେଇ ଏକ ପୋଷ୍ଟ କରିଥିଲେ । ଅଲ୍ ଜଜିରା ରିପୋର୍ଟ କରିଛି ଯେ, ପୋଷ୍ଟଟି ତାଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ପରି ମନେ ହେଉଛି, ଯାହା ତାଙ୍କ ମୃତ୍ୟୁ ଖବର ପାଇବା ପରେ ସରିଫ୍‌ଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା । 

ଭିଡିଓରେ ଇସ୍ରାଏଲର ବୋମା ମାଡ଼ ଶବ୍ଦ:  

ଅଲ୍ ଶରିଫ୍‌ ପୋଷ୍ଟ କରିଥିବା ଏହି ଭିଡିଓର କ୍ୟାପସନ୍‌ରେ ଲେଖା ଅଛି, “ଯଦି ମୋର ଏହି ସୂଚନା ତୁମ ପାଖରେ ପହଞ୍ଚୁଛି, ତେବେ ଜାଣିବ ଯେ ଇସ୍ରାଏଲ ମୋତେ ହତ୍ୟା କରିବାରେ ଏବଂ ମୋ ସ୍ୱରକୁ ଦମନ କରିବାରେ ସଫଳ ହୋଇଛି ।” ଅଲ୍ ଶରିଫ୍‌ଙ୍କ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଶେଷ ଭିଡିଓରେ, ଇସ୍ରାଏଲର ବୋମା ମାଡ଼ର ଜୋରଦାର ଶବ୍ଦ ଶୁଣାଯାଉଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.