ପ୍ରମୂଖ ଖବର
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ବୌଦ୍ଧରେ ବନ୍ଧା ହେଲେ ଲୁଟେରା ଗୋଷ୍ଠୀ; ଜଣେ ନାବାଳକ ସମେତ ୫ଜଣ ଗିରଫ

Published By : Harapriya Sethi | August 11, 2025 12:54 PM

ବୌଦ୍ଧ,୧୧/୦୮: ବୌଦ୍ଧ ପୁଲିସକୁ ବଡ଼ ସଫଳତା । ଡକାୟତି ଗୋଷ୍ଠୀକୁ ଚେକ୍ ଦେଇଛି ଜିଲ୍ଲା ପୁଲିସ । ଏକ ଡକାୟତି ଘଟଣାରେ ଜଣେ ନାବାକଳ ସମେତ ୫ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୁଲିସ ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରୀ, ଗୋଟିଏ ମୋବାଇଲ ଫୋନ ଓ ୨୮ ହଜାର ୫୦୦ ଟଙ୍କା ନଗଦ ସହିତ କିଛି ଲୁଗାପଟା ଜବତ କରିଛି । ଏନେଇ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ । 

ସୂଚନା ମୁତାବକ, ଚଳିତ ମାସ ୫ତାରିଖରେ କୁଲତାଖଲି ଗାଁର ରାଜକିଶୋର ନାୟକ ଓ ତାଙ୍କ ଭାଇ ଏକ ମୋଟର ସାଇକେଲରେ ଘରକୁ ଫେରୁଥିଲେ । ତେଲିବନ୍ଧ- ମୁଣ୍ଡାପଡା ରାସ୍ତାର ତୁଳସୀପୁର ଠାରେ ୪ଜଣ ଯୁବକ ତାଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ । ସେମାନଙ୍କ ଠାରୁ ମୋବାଇଲ, ଏକ ଲକ୍ଷ ୭ ହଜାର ଟଙ୍କା ହଜାର ଟଙ୍କା, ସୁନା ଚେନ୍‌, ବ୍ୟାଗ୍ ନେଇ ଯାଇଥିଲେ । ଏନେଇ ରାଜ କିଶୋର ଗତ ୬ତାରିଖ ଦିନ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଏହି ଘଟଣାରେ ଜଣେ ନାବାଳକ ସମେତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲା ପନଖିମାଳ ଗାଁର ଦିଲିପ କଲତା ( ୩୨ ବର୍ଷ), ମୁଣ୍ଡାପଡା ଗାଁର ସୁଧା ଓରଫ ସୁଦାମ ମହାନନ୍ଦିଆ ( ୩୨ ବର୍ଷ), ବନ୍ଧାପଥର ଗାଁର ଶକ୍ତି ଓରଫ ତୁଷାରକାନ୍ତ ବେହେରା (୧୯ ବର୍ଷ), ବନ୍ଧାପଥର ଗାଁର ସିଦ୍ଧାନ୍ତ ଭବସାଗର (୧୯ ବର୍ଷ) ଓ ଜଣେ ନାବାଳକ ବୋଲି ଜଣାପଡ଼ିଛି । 

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ମାରଣାସ୍ତ୍ର, ଗୋଟିଏ ମୋବାଇଲ ,୨୮ ହଜାର ୫୦୦ ଟଙ୍କା ନଗଦ ଓ କିଛି  ଲୁଗାପଟା ଜବତ କରିଥିଲା । ଗିରଫ ପରେ ଅଭିଯୁକ୍ତମାନକୁ କୋର୍ଟ ଚାଲାଣ କରାଯାଇଛି ।  ଏହା ସହ ୫ଟି ଚୋରି ମାମଲାରେ ମଧ୍ୟ ପୁଲିସ ଜଣେ ନାବାଳକୁ ଗିରଫ କରିଛି । ନାବାଳକ ଠାରୁ ଲାପଟପ୍, ସୁନାମୁଦି, ଟାବଲେଟ୍, ପାଣିପମ୍ପ, ନଗଦ ୨ଲକ୍ଷ ୨୮ ହଜାର, ୟୁପିଏସ, ମନିଟର ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ପୁଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.