ନୂଆଦିଲ୍ଲୀ,୧୩/୦୬; ଆସାମରେ ବାୟୁସେନା ବିମାନ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣାରେ ୫ ଜଣ ବାୟୁସେନା ଅଧିକାରୀ ଶହୀଦ ହୋଇଛନ୍ତି । କୋ-ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଆସାମର ଜୋରହାଟ ଏୟାରବେସରେ ଅବତରଣ ହେଳେ କ୍ରାସ୍ ହୋଇଥିଲା ଏଏନ-୩୨ ଏୟାରକ୍ରାପ୍ଟ ବିମାନ । ଲାଣ୍ଡିଂ ବେଳେ ନିଆଁ ଲାଗି ଯାଇଥିଲା । ଅଘଟଣରେ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି ବାୟୁସେନା । ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି ।
ଦୁର୍ଘଟଣାକୁ ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାରତମାତର ସେବା କରି ବଳିଦାନ ନେଇଛନ୍ତି ବାୟୁସେନା ଅଧିକାରୀ । ଶହୀଦ ୫ ଯୋଦ୍ଧା ହେଲେ ସ୍କ୍ୱାଡନ ଲିଡର ପ୍ରଶାନ୍ତ ସିଂହ, ପ୍ଲାଇଟ୍ ଲେପ୍ଟନାଣ୍ଟ ଶୁଭମ କୁମାର, ସାର୍ଜଣ୍ଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀରଭାୟୁ ଖେମାରାମ କୁମାୱତ ଏବଂ ଅଗ୍ନିବୀରଭାୟୁ ଦାନିଶ ଆଲମ । ସେମାନଙ୍କ ସାହସ ଏବଂ ଦେଶ ପ୍ରତି ସେବାକୁ ସର୍ବଦା ଗର୍ବ ଏବଂ କୃତଜ୍ଞତାର ସହିତ ମନେ ରଖାଯିବ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ଏହି ଦୁଃଖର ମୁହୂର୍ତ୍ତରେ ଦେଶ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଥିବା ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଭାରତୀୟ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋ-ପାଇଲଟ୍ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣା ପରେ, ଭାରତୀୟ ବାୟୁସେନା ଦୁର୍ଘଟଣାର କାରଣ ପାଇଁ ଏକ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି । ବାୟୁସେନା କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ବି ଦେଇଛନ୍ତି ।
Defence Minister Rajnath Singh tweets, "Deeply anguished by the loss of five Air Warriors in the An-32 accident at Jorhat, Assam. Sqn Ldr Prashant Singh, Flt Lt Shubham Kumar, Sgt Jitendra Sharma, Agniveervayu Khemaram Kumawat and Agniveervayu Danish Alam made the supreme… pic.twitter.com/GxflA8zWRV
— ANI (@ANI) June 13, 2026
ଏହା ବି ପଢନ୍ତୁ...IAF Aircraft Crash: ବଡ଼ ଦୁର୍ଘଟଣା; ବାୟୁସେନାର AN-୩୨ ଏୟାରକ୍ରାଫ୍ଟ କ୍ରାସ୍ , ଲାଣ୍ଡିଂ ବେଳେ ୨ ଭାଗ ହେଲା
ହଠାତ୍ ଅବତରଣ କରିବା ପରେ ନିଆଁ ଲାଗିଗଲା- ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତୀୟ ବାୟୁସେନାର ଏକ AN-32 ପରିବହନ ବିମାନ ଥିଲା । ଆସାମ ଜୋରହାଟର ବାୟୁସେନା ଷ୍ଟେସନରେ ଏହି ଦୁର୍ଘଟଣା ଘଟିଥିଲା । ଅବତରଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଅବତରଣ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ, ବିମାନ ୨ ଖଣ୍ଡ ହୋଯାଇଛି । ଭଗ୍ନାବଶେଷରେ ଲାଗିଥିବା ନିଆଁକୁ ଲିଭାଇ ଦିଆଯାଇଛି । ଏହି ବିମାନଟି ଏକ AN-32 କାର୍ଗୋ ବିମାନ ଥିଲା, ଯାହାକୁ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ କରାଯାଉଥିଲା ।