ନୂଆଦିଲ୍ଲୀ,୧୩/୦୬; ଆସାମର ଜୋରହାଟ ଏୟାରବେସରେ ଏକ ଭାରତୀୟ ବାୟୁସେନା (IAF) AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଅବତରଣ କରିବା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଜୋରହାଟ୍ ଏୟାରବେସ୍ ଭିତରେ ଅବତରଣ ବେଳେ ଅଘଟଣ ଘଟିଛି । ଏୟାରବେସରେ ଥିବା ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକ ନିୟନ୍ତ୍ରଣ କରିଥିଲା । ବିମାନଟି ଏୟାରବେସରେ ସୁରକ୍ଷିତ ଲାଣ୍ଡିଂ କରିଥିଲା । କିନ୍ତୁ ପରେ ସେଥିରୁ ନିଆଁ ଉଠିଥିଲା । ବିମାନଟି ଖଣ୍ଡ ଖଣ୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।
ରିପୋର୍ଟ ଅନୁସାରେ, ବିମାନଟି ଅବତରଣ ଷ୍ଟ୍ରିପରେ ଅବତରଣ କରିପାରିଲା ନାହିଁ । ଏୟାରବେସର ଅନ୍ୟ ଏକ ସ୍ଥାନରେ ଲାଣିଂ କରିଥିଲା । ଆସାମର ଜୋରହାଟରେ ଥିବା ରୋଉରିଆ ବାୟୁସେନା ଷ୍ଟେସନ, ଉତ୍ତର-ପୂର୍ବ ଭାରତରେ ଭାରତୀୟ ବାୟୁସେନାର ପ୍ରମୁଖ ସାମରିକ ଘାଟି ମଧ୍ୟରୁ ଗୋଟିଏ । ଏହି ବାୟୁସେନା ଆସାମ ସମେତ ସମଗ୍ର ଉତ୍ତର-ପୂର୍ବରେ ବିମାନ ଅଭିଯାନ, ସାମିରକ ଲଜିଷ୍ଟିକ୍ସ ଏବଂ ରଣନୈତିକ କାର୍ଯ୍ୟକଳାପ ପରିଚାଳନାରେ ବଡ଼ ଭୂମିକା ଗ୍ରହଣ କରିଥାଏ । ବିମାନଟି ନିୟମିତ ଉଡାଣରେ ଥିଲା । ଜୋରହାଟ ବାୟୁସେନା ଘାଟିରେ ଅବତରଣ ସମୟରେ ବିମାନଟି ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ତଳେ ପଡିବା କ୍ଷଣି ବିମାନଟି ୨ ଖଣ୍ଡ ହୋଇଯାଇଥିଲା । ବିମାନରେ ଥିବା କ୍ରୁ ଏବଂ ଅନ୍ୟାନ ବାୟୁସେନା ସଦସ୍ୟଙ୍କ ଅବସ୍ଥା ସମ୍ପର୍କରେ କିଛି ସୂଚନା ମିଳିନାହିଁ । ସରକାରୀ ସୂଚନାକୁ ଅପେକ୍ଷା କରାଯାଇଛି । ଭାରତୀୟ ବାୟୁସେନା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏକ ବିବୃତ୍ତିରେ କୁହାୟାଇଛି ଜୋରହାଟରେ ଏକ ଏଏନ-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।
୧୯୮୬ ମସିହାରୁ ଭାରତରେ ପ୍ରାୟ ୨୨ଟି ଦୁର୍ଘଟଣାରେ ଏନ-୩୨ ଭାରତୀୟ ବାୟୁସେନା ସର୍ବାଧିକ ବ୍ୟବହୃତ ପରିବହନ ବିମାନ ମଧ୍ୟରୁ ଗୋଟିଏ । ଦେଶରେ ଲଜିଷ୍ଟିକ୍ସ ସମର୍ଥନ, ସୈନ୍ୟ ଗତିବିଧି ଏବଂ ବିଭିନ୍ନ ମିଶନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରଣ କରି ଆସୁଛି । ମାର୍ଚ୍ଚରେ ଭାରତୀୟ ବାୟୁସେନାର ଏକ su-30mki ଲଢୁଆ ବିମାନ ନିୟମିତ ତାଲିମ ଉଡାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ସ୍କ୍ୱାଡନ୍ ଲିଡଲ ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ଦେହାନ୍ତ ହୋଇଥିଲା । ବିମାନଟି ଜୋରହାଟ୍ ବାୟୁସେନା ଘାଟିରୁ ଉଡାଣ ଭରିଥିଲା । ଜୋରହାଟ୍ ବାୟୁସେନା ଘାଟିରୁ ପ୍ରାୟ ୬୦ କିମି ଦୂରରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ବେକାଜାନ ଉପଖଣ୍ଡର ଏଙ୍ଗଲଙ୍ଗ ଏକୋପି ପାହାଡିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।
ଏହା ବି ପଢନ୍ତୁ...Abhishek Banerjee: ଅଭିଷେକ ବାନାର୍ଜୀଙ୍କ ଘରେ କ'ଣ ଚାଲିଛି ? ସକାଳୁ ସକାଳୁ ପହଞ୍ଚିଲା ପୁଲିସ୍-ସେଣ୍ଟ୍ରାଲ ଫୋର୍ସ
IAFର ବିଶ୍ୱସ୍ତ ପରିବହନ ବିମାନ AN-32- ଭାରତୀୟ ବାୟୁସେନାର ଆଣ୍ଟୋନୋଭ ଏଏନ୍-୩୨ ହେଉଛି ଏକ କାର୍ଗୋ ବିମାନ ଯାହା ପ୍ରାୟ ସୋଭିଏତ୍ ୟୁନିୟନର ଆଣ୍ଟୋନୋଭ ଡିଜାଇନ୍ ବ୍ୟୁରୋ ଦ୍ୱାରା ବିକଶିକ ହୋଇଥିଲା । ଏହି ବିମାନଟି ଏଏନ-୨୬ର ଏକ ଅପଗ୍ରେଡେଡ୍ ସଂସ୍କରଣ ଏବଂ ଏହାରୁ ବିଶେଷ ଭାବରେ ଉଚ୍ଚତା, ପାଗରେ ପରିଚାଳନା କଷ୍ଟକର ପରିସ୍ଥିତି ପାଇଁ ଡିଜାଇନ୍ କରାଯାଇଛି । ଭାରତୀୟ ବାୟୁସେନା ୧୯୮୦ରୁ ଏହାର କାର୍ଗୋ ଫ୍ଲିଟର ଏକ ପ୍ରମୁଖ ଅଂଶ ଭାବରେ ଏଏନ-୩୨ ରଖିଛି ।