ହୃଦଘାତ ଆଉ କେବଳ ବୟସ୍କ ଲୋକଙ୍କ ରୋଗ ନୁହେଁ। ଏହା ଏବେ ଯୁବକମାନଙ୍କୁ ମଧ୍ୟ ଦ୍ରୁତ ଗତିରେ ପ୍ରଭାବିତ କରୁଛି। ୨୦୨୪ ରୁ ୨୦୨୫ ମଧ୍ୟରେ, ଅନେକ ରିପୋର୍ଟରୁ ଜଣାପଡିଛି ଯେ, ପ୍ରାୟ ଅଧା ହୃଦଘାତ ରୋଗୀ ଏକା ଥିଲେ, ଯାହା ସେମାନଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇବାରେ ବାଧା ଦେଇଥିଲା। ଏହା ପ୍ରାୟତଃ ସେମାନଙ୍କ ମୃତ୍ୟୁର କାରଣ ହୋଇଥିଲା। ତେଣୁ, ଯଦି ଆପଣ ହଠାତ୍ ହୃଦଘାତର ସମ୍ମୁଖୀନ ହେଉଛନ୍ତି ଏବଂ ଏକା ଅଛନ୍ତି ତେବେ କ'ଣ କରିବେ ତାହା ସମସ୍ତେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସମୟୋଚିତ ଏବଂ ଉପଯୁକ୍ତ ପଦକ୍ଷେପ ଆପଣଙ୍କ ଜୀବନ ରକ୍ଷା କରିପାରିବ। ତେଣୁ, ଆସନ୍ତୁ ପାଞ୍ଚଟି ଟିପ୍ସ ବିଷୟରେ କରିବା ଯାହା ଆପଣଙ୍କୁ ହଠାତ୍ ହୃଦଘାତରୁ ବଞ୍ଚିବାରେ ସାହାଯ୍ୟ କରିପାରିବ।
ଯଦି ଆପଣଙ୍କୁ ହୃଦଘାତ ହେଉଛି ବୋଲି ଲାଗୁଛି, ତେବେ ପ୍ରଥମେ ୧୦୮ କିମ୍ବା ଆପଣଙ୍କ ନିକଟସ୍ଥ ଡାକ୍ତରଖାନାର ଜରୁରୀକାଳୀନ ସେବାକୁ କଲ୍ କରନ୍ତୁ ।ନିଜେ ଗାଡ଼ି ଚଲାଇ ଡାକ୍ତରଖାନା ଯାଆନ୍ତୁ ନାହିଁ ।ଏପରି କରିବା ଦ୍ୱାରା ଆପଣଙ୍କ ଅବସ୍ଥା ଆହୁରି ଖରାପ ହୋଇପାରେ। ଯଥାସମ୍ଭବ ଶରୀରକୁ ଆରାମ ଦିଅନ୍ତୁ, ଚେୟାରରେ ବସନ୍ତୁ କିମ୍ବା ତଳେ ଶୋଇପଡ଼ନ୍ତୁ। ବିଚଳିତ ହୁଅନ୍ତୁ ନାହିଁ ଅତ୍ୟଧିକ ଗତିବିଧି ଏଡାନ୍ତୁ, କାରଣ ଏହା ଆପଣଙ୍କ ହୃତପିଣ୍ଡ ଉପରେ ଅଧିକ ଚାପ ପକାଇବ।
ଯଦି ଆପଣଙ୍କ ଘରେ ୩୦୦ ମିଲିଗ୍ରାମର ଆସ୍ପିରିନ୍ ଟାବଲେଟ୍ ଅଛି ଏବଂ ଆପଣଙ୍କୁ ଏହା ପ୍ରତି ଆଲର୍ଜି ନାହିଁ, ତେବେ ଗୋଟିଏ ଟାବଲେଟ୍ ଖାଆନ୍ତୁ। ଏହା ରକ୍ତକୁ ପତଳା କରିବାରେ ସାହାଯ୍ୟ କରେ ଏବଂ ଜମାଟ ବାନ୍ଧିବାକୁ ରୋକେ। ଯଦି ଆପଣଙ୍କର ହୃଦରୋଗ ଅଛି ଏବଂ ଆପଣଙ୍କ ଡାକ୍ତର ନାଇଟ୍ରୋଗ୍ଲିସେରିନ୍ ଲେଖି ଦେଇଛନ୍ତି, ତେବେ ନିର୍ଦ୍ଦେଶ ଅନୁସାରେ ଏହାକୁ ନିଅନ୍ତୁ। ଏହି ଔଷଧ ହୃତପିଣ୍ଡର ଧମନୀ ଖୋଲିବାରେ ସାହାଯ୍ୟ କରେ।
ଯଦି ଆପଣ ଘରେ ଏକୁଟିଆ ଅଛନ୍ତି, ତେବେ ଦ୍ୱାର ଖୋଲା ରଖନ୍ତୁ ଯାହା ଦ୍ଵାରା ଆମ୍ବୁଲାନ୍ସ ଆସିପାରିବ। ଧୀରେ ଧୀରେ ଗଭୀର ନିଶ୍ୱାସ ନିଅନ୍ତୁ। ଏହା ଆପଣଙ୍କୁ ଶାନ୍ତ କରିବ ଏବଂ ଆପଣଙ୍କର ଶରୀରରେ ଅମ୍ଳଜାନର ପରିମାଣ ସାମାନ୍ୟ ଉନ୍ନତି କରିବ।
ହୃଦଘାତର କିଛି ସାଧାରଣ ଲକ୍ଷଣ ଅଛି ଯେରରିକି- ଛାତିରେ ଚାପ କିମ୍ବା ଭାରୀପଣ ଅନୁଭବ ହେବା, କାନ୍ଧ, ବାହୁ କିମ୍ବା ପିଠିକୁ ଯନ୍ତ୍ରଣା ବ୍ୟାପିପାରେ, ନିଶ୍ୱାସ ନେବାରେ କଷ୍ଟ, ଚିନ୍ତା, ଝାଳ, ବାନ୍ତି କିମ୍ବା ମୁଣ୍ଡ ବୁଲାଇବା ଇତ୍ୟାଦି । ସେହିପରି ମଧୁମେହ ରୋଗୀ ଏବଂ ମହିଳାମାନଙ୍କ ମଧ୍ୟରେ ଲକ୍ଷଣଗୁଡ଼ିକ ସାମାନ୍ୟ ଭିନ୍ନ ହୋଇପାରେ, ଯେପରିକି ଅତ୍ୟଧିକ ଥକ୍କାପଣ, ବଦହଜମୀ କିମ୍ବା ପିଠି ଯନ୍ତ୍ରଣା। ଯଦି ଆପଣ ଏହି ଲକ୍ଷଣଗୁଡ଼ିକ ଅନୁଭବ କରନ୍ତି, ତେବେ ସେଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ।
ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ, ପ୍ରତିଦିନ ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ଯେପରିକି ସବୁଜ ପନିପରିବା, ଫଳ, ଶସ୍ୟ ଏବଂ ଓମେଗା-୩ ଯୁକ୍ତ ଜିନିଷ ଖାଆନ୍ତୁ । ଧୂମପାନ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ । ପ୍ରତିଦିନ ଅତି କମରେ ୩୦ ମିନିଟ୍ ଚାଲିବା କିମ୍ବା ହାଲୁକା ବ୍ୟାୟାମ କରନ୍ତୁ । ଅତି କମରେ ୬ ରୁ ୭ ଘଣ୍ଟା ଶୁଅନ୍ତୁ, ଚାପ କମାଇବା ପାଇଁ ଯୋଗ, ଧ୍ୟାନ କିମ୍ବା ସଙ୍ଗୀତର ସାହାଯ୍ୟ ନିଅନ୍ତୁ । ନିୟମିତ ଭାବରେ ରକ୍ତଚାପ, ସୁଗାର ଏବଂ କୋଲେଷ୍ଟ୍ରଲ୍ ଯାଞ୍ଚ କରାନ୍ତୁ।