ଭୁବନେଶ୍ବର,୧୭।୭ : ରାଜ୍ୟରେ ଖୋଲିବ  ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ। ଉଚ୍ଚଶିକ୍ଷା ବିଭାଗ ଏ ନେଇ  ଏନ୍‌ସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି। ଏଥିରେ କ୍ୟାଡେଟ୍‌ମାନଙ୍କ ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏନସିସି କ୍ୟାଡେଟଙ୍କ ସଂଖ୍ୟା ୬୩ ହଜାରରୁ ୯୦ ହଜାର ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଛାତ୍ରୀମାନେ ଉପକୃତ ହୋଇପାରିବେ।