ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ସିରିଜ୍ ଚୋରି ଘଟଣାରେ ଧରାପଡ଼ିଲେ ଛତିଶଗଡ଼ ଓ ପଶ୍ଚିମବଙ୍ଗର ୫ଚୋର

Published By : Gurupada Nath | June 3, 2025 8:30 PM

ରାୟଗଡ଼ା,୩/୬ :  ସିରିଜ୍ ଚୋରି ଘଟଣାରେ ପୁଲିସକୁ ମିଳିଛି ସଫଳତା । ଲଗାତାର ଚୋରି କରି ଲୋକଙ୍କ ନିଦ ହଜାଇଥିବା ପାଞ୍ଚ ଜଣ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି ପୁଲିସ। ଧରାପଡ଼ିଥିବା ସମସ୍ତ ଚୋରଙ୍କ ଘର ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟରେ ବୋଲି ଜଣାପଡ଼ିଛି। ଗିରଫ ୫ ଜଣ ଚୋର ହେଲେ ପଶ୍ଚିମବଙ୍ଗ ରାଜ୍ୟ କୁମାରଗଞ୍ଜ ଥାନା ଅନ୍ତର୍ଗତ ସାହାପୁକୁନ ଗ୍ରାମର ଆସ୍ରାଫୁଲ ସେଖ୍, ଛତିଶଗଡ଼ ରାଜ୍ୟ ବିଳାସପୁର ଥାନା ଅନ୍ତର୍ଗତ ନୟାପଡା ଗ୍ରାମର ସମୀର ସେଖ୍, ସେଖ୍ ବାବୁ, ମହମ୍ମଦ ଆଲାମିନ୍, ବଡ ମଦାର ଗ୍ରାମର ମହମ୍ମଦ ରୋନି ସେଖ୍। ରାୟଗଡ଼ା ଥାନା କେସ୍ ନମ୍ବର ୧୬୪, ୧୭୩, ୧୮୧ ରେ ଏହି ଗ୍ୟାଙ୍ଗ ଜଡ଼ିତ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କ ନିକଟରୁ ୪ଟି ରୁପା ପାଉଁଜି, ୮ଟି ରୁପା ମୁଦି, ଚାରିଟି ରୁପା ଚୁଡ଼ି, ଗୋଟିଏ ରୁପା ମୁଦ୍ରା, ୨ଟି ରୁପା ଗିନା, ଗୋଟିଏ ଲେଖାଏଁ ରୁପା ବାକ୍ସ, ରୁପା ଚାମଚ, ରୁପା ଫୁଲଦାନି, ରୁପା କପ୍, ରୁପା ଟ୍ରେ ଓ ରୁପା ପ୍ଲେଟ୍, ୨୨ ଟି ବିଦେଶୀ ନୋଟ୍, ତିନିଟି ହାତ ଘଡ଼ି, ଗୋଟିଏ ହାର ସମେତ ନଗଦ ୨୯ ହଜାର ୭୦୦ ଟଙ୍କା ଜବତ ହୋଇଛି । 

ଏଥିସହ ଚୋରିରେ ବ୍ୟବହାର ହେଉଥିବା ୪ଟି ସ୍କ୍ରୁ ଡାଇଭର, ଗୋଟିଏ ଲୁହା ଛଡ଼, ଦୁଇଟି ପ୍ଲାସ, ଦୁଇଟି ବ୍ୟାଗ ଜବତ କରିଛି ପୁଲିସ । ତଦନ୍ତ ପରେ ସମସ୍ତ ପାଞ୍ଚ ଚୋରଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚୋରଙ୍କୁ ଧରିବା ସମ୍ପର୍କରେ ଆଇଆଇସି କେକେବିକେ କହଁର ସମସ୍ତ ସୂଚନା ଦେଇଛନ୍ତି । ସହରରେ ଲାଗିଥିବା ସିସିଟିଭି କ୍ୟାମେରା ସହ ମୋବାଇଲ ଟ୍ରାକରୁ ଚୋରଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଛି । କାରଣ ସେମାନଙ୍କଠାରେ ଜବତ ତିନିଟି ମୋବାଇଲ ସିମ୍ ବାହାର ରାଜ୍ୟର ରହିଥିଲା। ଏହି ୫ଜଣ ଚୋର ଦିନରେ କବାଡ଼ିବାଲା ଭଳି ବୁଲି ଘର ଉପରେ ନଜର ରଖୁଥିଲେ। ଆଉ ରାତିରେ ବନ୍ଦ ଥିବା ଘରକୁ ଟାର୍ଗେଟ କରି ଲଗାତାର ଚୋରି କରି ଆସୁଥିଲେ।

ମୁଖ୍ୟତଃ ଯେଉଁ ଘରେ ତାଲା ପଡ଼ିଥିବା ନଜରକୁ ଆସୁଥିଲା ତାହାକୁ ବାରମ୍ବାର ରେକି କରି ବିଳମ୍ବିତ ରାତି ସମୟରେ ଚୋରି କରୁଥିଲେ। ବାହାର ରାଜ୍ୟରୁ ଆସି ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟ ବସ୍ତିରେ ଭଡାଘରେ ରହି ଆସୁଥିଲେ। କେବଳ ରାୟଗଡ଼ା ନୁହଁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ଗ୍ୟାଙ୍ଗ ଚୋରି କରୁଥିବା ଅନୁମାନ କରୁଛି ପୁଲିସ। ତେଣୁ ଅନ୍ୟ ଥାନାକୁ ମଧ୍ୟ ଏହାର ସୂଚନା ଦିଆଯାଇଛି। ଏଭଳିକି ବାଙ୍ଗଲାଦେଶ ଲିଙ୍କ କଥା ମଧ୍ୟ ପୁଲିସ ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.