ଦୌସା – ରାଜସ୍ଥାନର ଦୌସାରେ ୧୫୦ ଫୁଟ ଗଭୀର ବୋରୱେଲ୍‌ରେ ଫସିଥିବା ୫ବର୍ଷର ପିଲା ଆର୍ଯ୍ୟନକୁ ବଞ୍ଚାଇବା ଅଭିଯାନ ମଙ୍ଗଳବାର ଦ୍ୱିତୀୟ ଦିନରେ ଜାରି ରହିଛି। ଘଟଣାଟି କାଲିଖାଡ ଗାଁରେ ଘଟିଛି । ସୋମବାର ସମୟ ପାଖାପାଖି ୩.୩୦ ରେ ଦ୍ୱିପ୍ରହରରେ ଆର୍ଯ୍ୟନ ମୀଣା ନିଜ ମାଆଙ୍କ ସହ କ୍ଷେତକୁ ଯାଉଥିବା ବେଳେ ବୋରୱେଲରେ ଖସି ପଡ଼ି ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ରେସ୍କ୍ୟୁ ଅପରେସନ ବର୍ତ୍ତମାନ ରୋକି ଦିଆ ଗଲା। ଏବେ ତା ପାଖରେ ଖୋଦେଇ କରି ଟନେଲ ତିଆରି କରି ସେଠାରେ ପହଞ୍ଚିବା ହିଁ ଗୋଟିଏ ବିକଳ୍ପ ରହିଛି, ଯେଉଁଥିରେ କାଲି ସକାଳ ଯାଏ ସମୟ ଲାଗିବ।

ଜଣେ ଅଧିକାରୀ କହିଛନ୍ତି, ଉଦ୍ଧାରକାରୀମାନେ ସମାନାନ୍ତର ଗର୍ତ୍ତ ଖୋଳିବା ପାଇଁ ଅନେକ ଅର୍ଥମୁଭର୍ସ ଓ ଟ୍ରାକ୍ଟରଙ୍କୁ ମୁତୟନ କରିଛନ୍ତି। ଏହାସହ ହିଁ ଦେଶୀ ଜୁଗାଡରେ ରଶି ପକାଇ ବି ପ୍ରୟାସ କରାଯାଉଛି।  ପିଲାର ହାତରେ ଫନ୍ଦା ପୂରାଇ ଧିରେ ଧିରେ ଟଣା ଯିବ। 

ଅଧିକାରୀଙ୍କ ଅନୁସାରେ, ପିଲାଟି ୧୫୦ ଫୁଟର ଗଭୀରତାରେ ଫସି ରହିଛି। ଖୋଦେଇ ୯୦ଫୁଟ ଯାଏ ହୋଇଛି। ଏହା ପରେ ୧୦ ଫୁଟର ସମାନନ୍ତର ଟନେଲ ତିଆରି ହେବ, ଯେଉଁଥିରେ ବୋରୱେଲ ଯାଏ ପହଞ୍ଚି ହୋଇ ପାରିବ। ଏଥିରେ କିନ୍ତୁ ଏବେ ସମୟ ଲାଗିବ। ପିଲାକୁ ଏବେ ଦେଖାଯିବାର ଅଛି, କାରଣ ଏନଡିଆରଏଫ୍‌ର ଟିମ୍‌ ଯେଉଁ ମେସିନ ପିଲାକୁ ଟାଣିବା ପାଇଁ ପଠାଇ ଥିଲା, ତାହା ଭାଙ୍ଗି ଯାଇଛି।  ଆଜି ସକାଳ ୧୦ଟା ପରେ ପିଲାର କୌଣସି ମୁଭମେଣ୍ଟ ଦେଖିବାକୁ ମିଳି ନଥିଲା।

ନ୍ୟୁଜ୍‌ ଏଜେନ୍ସି ପିଟିଆଇ ମୁତାବିକ, ଆର୍ଯ୍ୟନକୁ ନେଇ ଉଦ୍ଧାରକାରୀମାନେ କହିଛନ୍ତି କି, ସେ ଶେଷ ଥର ପାଇଁ ଅଧ ରାତିରେ ପାଖାପାଖି ୨ଟି ସମୟରେ କ୍ୟାମେରା ମାଧ୍ୟମରେ ମୁଭମେଣ୍ଟ ଦେଖିଥିଲେ। ଉଦ୍ଧାରକାରୀଦଳ ସେଯାଏ ପହଞ୍ଚିବା ପାଇଁ ପାରାଲଲ୍‌ ଟନେଲ୍‌ ତିଆରି କରୁଛନ୍ତି। ପାଇପ୍‌ ଦ୍ୱାରା ପିଲା ପାଖକୁ ଅକ୍ସିଜେନ ସପ୍ଲାଇ କରାଯାଉଛି। ଏହା ପୂର୍ବରୁ ରଶି ଓ ଆଉ କିଛି ଉପକରଣର ସାହାଯ୍ୟରେ ପିଲାକୁ ବାହାରକୁ ଆଣିବାକୁ ଚେଷ୍ଟା କରାଯାଇ ଥିଲା । କିନ୍ତୁ ସବୁ ବିକଳ୍ପ ଫେଲ୍ ହୋଇଛି। 

ରିପୋର୍ଟ ମୁତାବିକ , ଦୌସାର ଏସପି ରଜନୀତା ଶର୍ମା କହିଛନ୍ତି, ଆମେ କାଲି ଏକ କ୍ୟାମେରା ପଠାଇ ଥିଲୁ ଏବଂ ପିଲାଟି ଗତି କରୁ ଥିବାର ଦେଖା ଯାଇ ଥିଲା। ଏବେ ଏହା ଆଶା କରାଯାଉଛି ଯେ ପିଲାଟି ଶୋଇ  ପଡ଼ିଥିବ। ସ୍ଥିତି ମୁସ୍କିଲ କି ୧୫୦ ଫୁଟର ଗଭୀରତାରେ ଏକ ବୋରିଂ ମୋଟର ମେସିନ ଅଛି , ଯେଉଁଥିରେ ପିଲାଟି ଫସି ରହିଛି। ଆମେ ପୂରା ଚେଷ୍ଟା କରୁଛୁ ,ଆଶା କି ପିଲାଟିକୁ କିଛି ଘଣ୍ଟାରେ ବାହାରକୁ ଅଣା ଯାଇ ପାରିବ।