ଖୋର୍ଦ୍ଧା,୧୧/୦୧: ଫୁଲବାଣୀରୁ ଭଦ୍ରକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗର ଟିମ୍‌ । ୫୭ ନମ୍ୱର ଜାତୀୟ ରାଜପଥର ଜାଗୁଳେଇ ପାଟଣା ଛକ ନିକଟରେ ଚଢାଉ କରି ୫୦ କେଜି ଗଞ୍ଜେଇ ସହ ମାରୁତି କାର୍‌ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  

ସୂଚନା ମୁତାବକ, ଫୁଲବାଣୀରୁ ଭଦ୍ରକକୁ ଏକ କାର୍‌ ଯୋଗେ ୫୦ କେଜି ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା । ଏନେଇ ଅବକାରୀ ବିଭାଗ ଖବର ପାଇବା ପରେ ହଠାତ୍ ଚଢାଉ କରିଥିଲା । ୫୭ ନମ୍ୱର ଜାତୀୟ ରାଜପଥର ଜାଗୁଳେଇ ପାଟଣା ଛକ ନିକଟରେ ଚଢାଉ କରି ୫୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍‌ । ଏହି ଚାଲାଣରେ ବ୍ୟବହୃତ କାର୍‌କୁ ଜବତ କରି ଘଟଣାରେ ସମୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।