ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଫଡ଼ନାଭିସ୍‌ଙ୍କ ବଡ଼ ଘୋଷଣା, ପହଲଗାମ୍ ମୃତକଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି

Published By : Prameya | April 29, 2025 6:44 PM

ମୁମ୍ବାଇ,୨୯।୪: ପହଲଗାମ୍ ଆତଙ୍କୀ ହମଲାରେ ମୃତ ଲୋକଙ୍କ ପରିବାରଙ୍କ ପାଇଁ ବଡ଼ ଘୋଷଣା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ମୃତ ଲୋକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ଏହାଛଡା ପୀଡିତ ପରିବାରଙ୍କ ପିଲାଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ପାଠପଢା ଓ ସରକାରୀ ଚାକିରୀ ଦିଆଯିବ। ଗୁରୁବାର କ୍ୟାବିନେଟ୍ ବୈଠକ ପରେ ଫଡନାଭିସ୍ ଏହି ଘୋଷଣା କରିଛନ୍ତି। 

ଉଲ୍ଲେଖନୀୟ ଯେ, ପହଲଗାମ୍‌ରେ ହୋଉଥିବା ଆତଙ୍କୀ ହମଲାରେ ମହାରାଷ୍ଟ୍ରର ଅତି କମ୍‌ରେ ୬ ଜଣ ଲୋକଙ୍କର ହତ୍ୟା କରାଯାଇଛି। ଫଡନାଭିସ୍ କହିଛନ୍ତି, ଏଭଳି ସାହାଯ୍ୟ କରି ଆମେ କହିବାକୁ ଚାହୁଁଛୁ ଯେ, ସରକାର ପୀଡିତଙ୍କ ସହ ରହିଛି। 

ସେଭଳି ରାଜ୍ୟପାଳ ସିପି ରାଧାକୃଷ୍ଣନ ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ ବିବାଦୀୟ ଟିପ୍ପଣୀ କରିବାକୁ ନେଇ କଂଗ୍ରେସ ସହ ବିରୋଧି ଦଳ ନେତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କିଛି ପାର୍ଟି ଏବଂ ତାଙ୍କର ପଦାଧିକାରୀ ସ୍ଥିତିର ରାଜନୈତିକ ଲାଭ ଉଠାଇବାକୁ ଚାହାନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.