ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

୨୦୩୦ ସୁଦ୍ଧା ଅଣଜୀବାଶ୍ମ ଇନ୍ଧନରୁ ୫୦% ବିଦ୍ୟୁତ ଉତ୍ପାଦନ, ୨୦୭୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ହାସଲ ଲକ୍ଷ୍ୟ

Published By : Rasmita Pradhan | July 16, 2025 8:30 AM

ଭୁବନେଶ୍ୱର,୧୬/୦୭ : ରାଜ୍ୟରେ ୨୦୩୦ ସୁଦ୍ଧା ଅଣଜୀବାଶ୍ମ ଇନ୍ଧନରୁ ୫୦% ବିଦ୍ୟୁତ ଉତ୍ପାଦନ କରାଯିବ । ସେହିପରି ୨୦୭୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ହାସଲ ଲକ୍ଷ୍ୟ ରଖାଯାଇଛି । ତେବେ ନିର୍ଭରଯୋଗ୍ୟ ଗ୍ରୀଡ୍‌ ପାଇଁ ସୌର ଏବଂ ପବନ ଶକ୍ତିର ମିଶ୍ରଣ ଜରୁରି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। 

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ନବୀକରଣ ଯୋଗ୍ୟ ଶକ୍ତି ଉପରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, ଭାରତର ପବନ ଶକ୍ତି ଉତ୍ପାଦନର ଇତିହାସ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ରହି ଆସିଛି । ଓଡ଼ିଶା ପବନ ଓ ସୌରଶକ୍ତି ଭଳି ନବୀକରଣୀୟ ଶକ୍ତି ଲକ୍ଷ୍ୟ ପଥରେ ଅଗ୍ରଗତି କରୁଛି । ଏହାର ପ୍ରାକୃତିକ ସମ୍ପଦ, ଲମ୍ୱା ଉପକୂଳ ଓ ଅବ୍ୟବହୃତ ଶୂନ୍ୟ ପାହାଡ଼ ଶିଖର ବ୍ୟବହାର କରି ପବନ ଶକ୍ତି ଉତ୍ପାଦନ କରିବା ଲକ୍ଷ୍ୟ ରହିଛି । ବୈଠକରେ ଏଭ୍‌ରେଡି ନାମକ ଏକ ଦକ୍ଷିଣ ଆଫ୍ରିକୀୟ କମ୍ପାନି ଓଡ଼ିଶାର କିଛି ଜିଲ୍ଲାରେ ପବନ ଟର୍ବାଇନ୍‌ ସ୍ଥାପନ ବିଷୟରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲା । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ, ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ, ବିତ୍ତ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ଦେବୀଦତ୍ତ ତ୍ରିପାଠୀ, ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ, ଏଭରେଡି ଦକ୍ଷିଣ ଏସିଆ ବ୍ୟବସାୟ ମୁଖ୍ୟ ଅରିଜିତ ଦାସ, ଜଳସେଚନ ଓ ଜଳସମ୍ପଦ, କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.