ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାତ୍ୟା ପ୍ରଭାବିତ ଅଞ୍ଚଳରେ ରେଳ ଚଳାଚଳ ମନା: ଆଜି ବି ବାତିଲ ୫୪ ଟ୍ରେନ୍‌, ଶନିବାର ୧୦ଟି ଟ୍ରେନ୍

Published By : Prameya | October 25, 2024 9:07 AM

ଭୁବନେଶ୍ୱର,୨୫/୧୦: ବାତ୍ୟା ଯୋଗୁଁ କୌଣସି  ଯାତ୍ରୀଙ୍କ ଯେମିତି ଧନ ଓ ଜୀବନ କ୍ଷତି ନ ହେଉ ତାହାକୁ  ଧ୍ୟାନ ଦେବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ଦେଶ  ଦେଇଛନ୍ତି । ସେଥିପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟ୍ରେନ୍‌  ଚଳାଚଳକୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି । 

ଶ୍ରୀ ଫୁଙ୍କୱାଲ କହିଛନ୍ତି, ବାତ୍ୟା ସମୟରେ ଯାତ୍ରୀ  ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ବାତ୍ୟା ପରେ କିଭଳି ରେଳ  ଚଳାଚଳ ବିଶେଷ ଭାବେ ବାଧାପ୍ରାପ୍ତ ହେବନି, ସେ ନେଇ  ରେଳମନ୍ତ୍ରୀ ସମୀକ୍ଷା କରିଛନ୍ତି । ପଶ୍ଚିମବଙ୍ଗ ଓ ଓଡ଼ିଶାର  ବିଭିନ୍ନ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।  ବାତ୍ୟା ମୁକାବିଲା ପାଇଁ ରେଳବୋର୍ଡ଼ରେ ଗୋଟିଏ ୱାର୍‌  ରୁମ ଖୋଲାଯାଇଛି । ଏହା ବ୍ୟତୀତ ପୂର୍ବତଟ ରେଳପଥ  ମୁଖ୍ୟାଳୟ, ସମ୍ବଲପୁର ଡିଭିଜନ୍‌, ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌,  ଚକ୍ରଧରପୁର, ୱାଲଟିୟର୍‌ ଓ ଖଡ଼ଗପୁର ଡିଭିଜନରେ ମଧ୍ୟ  ୱାରରୁମ୍‌ ଖୋଲିଛି । ତୁରନ୍ତ ଟ୍ରାକ୍‌ ମରାମତି, ସିଗନାଲ୍‌ ଓ  ବିଦ୍ୟୁତ ବ୍ୟବସ୍ଥା ସଜାଡିବା ପାଇଁ ପ୍ରସ୍ତୁତି ସରିଛି । ଟ୍ରଲି,  କୋଚ୍‌ ଓ ଟାୱାର ୱାଗନ୍‌ ସମେତ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ  ହୋଇ ରହିଛି ବୋଲି ମହାପ୍ରବନ୍ଧକ କହିଛନ୍ତି । 

ଗୁରୁବାର ପୂର୍ବତଟ ରେଳପଥ ଓ ଦକ୍ଷିଣ ପୂର୍ବ  ରେଳପଥ ଅଞ୍ଚଳରେ ୧୦୩ଟି ଟ୍ରେନ୍‌ ବାତିଲ ହୋଇଥିବାରୁ  ବିଭିନ୍ନ ଷ୍ଟେସନରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ପୂର୍ବରୁ ଯାତ୍ରା  ପାଇଁ ଯୋଜନା କରିଥିବା ବହୁ ଯାତ୍ରୀ ବିଭିନ୍ନ ଷ୍ଟେସନରେ  ପହଞ୍ଚିବା ପରେ ହା ହତାଶ ହୋଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା  କରିଛନ୍ତି । ଟ୍ରେନ୍‌ ଆସୁନଥିବାରୁ ଷ୍ଟେସନରେ ଯାହା ମିଳୁଛି  ତାହା ଖାଇ କେବେ ପରିସ୍ଥିତି ସୁଧୁରିବ, ସେହି ସମୟକୁ ଅପେକ୍ଷା କରିଛନ୍ତି । ସେହିପରି ଶୁକ୍ରବାର ୫୪ ଟ୍ରେନ୍‌ ବାତିଲ  ରହିବ । ଶନିବାର ୧୦ଟି ଟ୍ରେନ୍‌ ଓ ୨୭ ତାରିଖରେ ୩ ଓ  ୨୯ରେ ମଧ୍ୟ ୩ଟି ଟ୍ରେନ୍‌ ବାତିଲ ରହିବ ବୋଲି ପୂର୍ବତଟ  ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.