ଭୁବନେଶ୍ଵର, ୧/୧୨ : ବିଏମସି ଅଞ୍ଚଳରେ ଜବରଦଖଲ ହୋଇଛି ୫୦୦ ଏକର ସରକାରୀ ଜମି। ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଧିକାଂଶ ଜବରଦଖଲ ହୋଇଛି ବାପୁଜିନଗର, ଅଶୋକ ନଗର, ଗଙ୍ଗନଗର, ସହିଦ ନଗର, ସୂର୍ଯ୍ୟ ନଗର, ବମିଖାଲ, ଝାରପଡ଼ା, ପଟିଆ ଅଞ୍ଚଳରେ। ସରକାରୀ ଜମି ହାତେଇଛନ୍ତି ପ୍ରଭାବଶାଳୀ ବ୍ୟକ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସରକାର ଏକ କମିଟି ଗଠନ କରି ଖୁବଶୀଘ୍ର ଜବରଦଖଲ ଉଚ୍ଛେଦ କରିବେ। ଚଳିତ ବର୍ଷ ୭୦ ଏକର ସରକାରୀ ଜମିରୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ଏହି ପ୍ରକ୍ରିୟା ଆହୁରି ବ୍ୟାପକ ହେବ।