ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ଗୋରୁ ଚାଲାଣ ବେଳେ ୫୪ ଗାଈ ଉଦ୍ଧାର, ୪ ଅଟକ

Published By : Suraj Ku Rath | May 24, 2025 6:15 PM

ଆସିକା, ୨୪।୫ : ନୂଆଁ ନୂଆଁ ତରିକାରେ ହେଉଛି ଗୋ ଚାଲାଣ।  ଥମୁନି ଗୋ ଚୋରା ଚାଲାଣ ରାକେଟ । ଏମିତି ଏକ ଦୃଶ୍ୟ  ଦେଖିବାକୁ ମିଳିଛି ଆସିକା ଭେଟ ନଈ ଅଞ୍ଚଳରେ। ଗୋ- ଚାଲାଣ ବେଳେ ୫୪ଟି ଗାଈ ଉଦ୍ଧାର କରାଯାଇଛି। ଏଥିସହ ୪ ଜଣଙ୍କୁ ପୋଲିସ ଜିମା ଦେଇଛନ୍ତି। 

 କିଛି ଗୋ ଚାଲାଣକାରୀ ପୋଲସରା ଅଞ୍ଚଳରୁ ୫୪ ଟି ଗାଈ ବଡ଼ଗଡ଼ ଅଞ୍ଚଳକୁ ଚାଲାଣ କରୁଥିବା ଖବର ବଜରଙ୍ଗୀ ଦଳର କିଛି ଲୋକଙ୍କୁ ମିଳିଥିଲା। ତାହାକୁ ଆଧାର କରି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗୀ ଦଳର ସଦସ୍ୟମାନେ ଏକାଠି ହୋଇ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଶେଷରେ କୋଟିନଡା ଥାନା ଅନ୍ତର୍ଗତ ଭେଟ ନଇଁ ଗ୍ରାମରେ ଧରିଥିଲେ। ସବୁଠାରୁ ବଡ଼ ଘଟଣା ହେଲା ଏହି ଗୋରୁ ଚାଲାଣ କାରୀମାନେ ଯେଉଁ ଗ୍ରାମକୁ ଯାଉଥିଲେ ସେହି ଗ୍ରାମର କିଛି ଗୋ ଚରାଳିଙ୍କୁ ହାତ କରି ଗୋରୁ ଗାଈ ମାନକୁ ବିଲରେ ଚରାଇବା ଭଳି କରି ଅନ୍ୟ ଗାଁରେ ଛାଡି ଦିଅନ୍ତି। ପୁଣି ସେହି ଗାଁର କିଛି ଲୋକଙ୍କୁ ହାତେଇ ତା’ ପାଖ ଗାଁ ରେ ଛାଡି ଦିଅନ୍ତି। ଯେମିତି ସହଜରେ କିଏ ଜାଣି ପାରିବ ନାହିଁ ଯେ ଗୋ ଚାଲାଣ ହେଉଛି । ହେଲେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗୀ ଦଳ ଏହା ଜାଣିବା ପରେ ଆଜି ୪ ଜଣ ଗୋ ଚାଲାଣ କାରୀ ସହ ୫୪ ଗାଈ କୁ ଉଦ୍ଧାର କରିଥିଲେ। ଗୋରୁମାନଙ୍କୁ କରଚୁଲି ଗୋଶାଳକୁ ପଠାଇ 4 ଜଣଙ୍କୁ ପୋଲିସରେ ଜିମା ଦେଇଛନ୍ତି।ବିଶ୍ୱ ହିନ୍ଧୁ ପରିଷଦ ପ୍ରକାଶ ଗୁରୁ,  ଘୁମୁସର ଜିଲ୍ଲା ସଂଯୋଜିକା ରୀନା ରାଣୀ ଦେବୀ ଏବଂ ବଜରଙ୍ଗ ଦଳର ପୀତବାସ ସାହୁ ସମେତ ସଙ୍ଗଠନର ସଦସ୍ୟମାନେ ଏହି ରାକେଟକୁ କାବୁ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.