ନୂଆଦିଲ୍ଲୀ, ୨୮/୨ : ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ବାହା ହୋଇଥାନ୍ତେ । ବରଯାତ୍ରୀ ପୂର୍ବରୁ ଉଠିଲା କୋକେଇ । ହୋଟେଲକୁ ଗାର୍ଲଫ୍ରେଣ୍ଡ ସହ ଯାଇଥିଲେ । ହଠାତ ଛାତିରେ ଯନ୍ତ୍ରଣା ହେଲା । ଆଉ ମେଡିକାଲରେ ଦେହାନ୍ତ ହୋଇଛି । ତେବେ ଯୌନ ମେଡିସନ ବା ଶକ୍ତିବର୍ଦ୍ଧକ ବଟିକା ଖାଇଥିବା କାରଣରୁ ପରଲୋକ ହୋଇଥିବା ଡାକ୍ତର କହିଛନ୍ତି । ଗୁରୁଗ୍ରାମରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ସବୁଠି ହେଉଛି ଚର୍ଚ୍ଚା ।
ଏକ ଲଜିଷ୍ଟିକ୍ କମ୍ପାନୀରେ କାମ କରୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତି ନିଜ ପ୍ରେମିକା ସହ ଗୁରୁଗ୍ରାମ ବସଷ୍ଟାଣ୍ଡ ପାଖରେ ଥିବା ଏକ ଲଜକୁ ଯାଇଥିଲେ । ରାତିରେ ହଠାତ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ପୋଷ୍ଟମର୍ଟମ ରିପୋର୍ଟରେ ଜଣା ପଡ଼ିଛି କି, ହଦଘାତରୁ ତାଙ୍କର ଦେହାନ୍ତ ହୋଇଛି ।
ସେପଟେ ପୁଲିସ ଲଜରେ ପହଞ୍ଚି ତଦନ୍ତ କରିଥିବାବେଳେ ସେଠାରୁ ଶକ୍ତିବର୍ଦ୍ଧକ ବଟିକା ମିଳିଥିଲା । ମାତ୍ରାଧିକ ବଟିକା ଖାଇଥିବାରୁ ହୃଦଘାତ ହୋଇଛି । ତେବେ ପୁଅର ପରିବାରରେ ଖେଳିଯାଇଛି ଶୋକର ଛାୟା । ଆସନ୍ତା ୧୨ ତାରିଖରେ ବିବାହ ବନ୍ଧନରେ ସେ ବାନ୍ଧିହେବାର ଥିଲା । ମାତ୍ର ଏଭଳି ଖବର ଶୁଣିବା ପରେ ଶୋକର ଛାୟା ଖେଳିଯାଇଛି ।
ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପରେ ବିରାଟଙ୍କ ୧୨ ବର୍ଷର ଏହି ରେକର୍ଡ ଭାଙ୍ଗିଲେ ଫରହାନ୍