ଭୁବନେଶ୍ବର, ୩୦।୫ : ରାଜ୍ୟ ସରକାର ଓଡିଶା ପୋଲିସରେ ବଡ ଧରଣର ଅଦଳବଦଳ କରିଛନ୍ତି। ଓପିଏସ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫୮ ଜଣ ପୁଲିସ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏଥିରେ ୪୫ ଜଣ ଓପିଏସଙ୍କୁ ବଦଳି ସହ ଅତିରିକ୍ତ ଏସପି ଭାବେ ପଦୋନ୍ନତି ମିଳିଛି। ସେହିପରି ୧୨ ଜଣ ଅତିରିକ୍ତ ଏସପିକୁ ବଦଳି କରାଯାଇଛି। ଜଣେ ଓପିଏସଙ୍କୁ ବଦଳି କରାଯାଇଛି।
ଅତରିକ୍ତ ଏସପି ଅଦଳବଦଳରେ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଏସ୍ପି ଭାବେ କୋରାପୁଟର ଡିଆଇଜି କାର୍ଯ୍ୟାଳୟର ଦକ୍ଷିଣ-ପଶ୍ଚିମ ରେଞ୍ଜରୁ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟକୁ ବଦଳି କରାଯାଇଛି। । ହରେକୃଷ୍ଣ ମାଝୀଙ୍କୁ ଭିଜିଲାନ୍ସ ଅତିରିକ୍ତ ଏସପି ଭାବେ ଦାୟିତ୍ବ ଦିଆଯାଇଛି। ମନୋଜ କୁମାର ସାମନ୍ତଙ୍କୁ କୋରାପୁଟ ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି କାର୍ଯ୍ୟାଳୟର ଅତିରିକ୍ତ ଏସପି, ସୁଶାନ୍ତ କୁମାର ସେନ ଅତିରିକ୍ତ ଏସପି ଭିଜିଲାନ୍ସ, ଦେବଜିତ ଭଟ୍ଟାଚାର୍ଯ୍ୟଙ୍କୁ ଅତିରିକ୍ତ ଏସପି କଟକ ପୋଲିସ ହେଡକ୍ବାଟର, ସୁଦର୍ଶନ ଦାସଙ୍କୁ ଅତିରିକ୍ତ ଏସପି କଟକ ଏଚଆରପିସି, ସୁଜିତ କୁମାର ପଣ୍ଡା ଅତିରିକ୍ତ ଏସପି ପୋଲିସ ହେଡ୍କ୍ବାଟର କଟକ, ଜ୍ୟୋତିର୍ମୟ ଭୁକ୍ତାଙ୍କୁ ଅତିରିକ୍ତ ଡିସିପି କମିଶନରେଟ ପୋଲିସ, ଅଭିଶେକ ପାଣିଗ୍ରାହୀଙ୍କୁ ଅତିରିକ୍ତ ଏସପି ପୋଲିସ ହେଡକ୍ବାଟର କଟକ, ସୀମା ସ୍ବାଇଁ ନବରଙ୍ଗପୁର ଅତିରିକ୍ତ ଏସପି, ଚନ୍ଦ୍ରଶେଖର ହୋତା କନ୍ଧମାଳ ଅତିରିକ୍ତ ଏସପି, ଗାୟତ୍ରୀ ପ୍ରଧାନ ଭଦ୍ରକ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି।
ସେହିପରି ଭୁବନେଶ୍ୱର ସିଏଡବ୍ଲ୍ୟୁ ଓ ସିଡବ୍ଲ୍ୟୁରେ କାର୍ଯ୍ୟରତ ଡିଏସପି ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କୁ କେନ୍ଦୁଝର ଜିଲ୍ଲାର ଘଟଗାଁ ଏସଡିପିଓ ଭାବେ ବଦଳି କରାଯାଇଛି। ସେହିପରି ୪୫ ଜଣ ବରିଷ୍ଠ ଓପିଏସ୍ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି। ।
ଆହୁରି ପଢନ୍ତୁ : ଆଡମିଟ ହେବାର ୩ ଦିନ ଆଗରୁ କରାଯାଇଥିବା ପରୀକ୍ଷା ଆୟୁଷ୍ମାନ ପ୍ୟାକେଜରେ ହେବ ଅନ୍ତର୍ଭୁକ୍ତ