ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ଏଟିଏମ ଲୁଟ୍ ଘଟଣା: ୬ ଗିରଫ, ଏକ ଲକ୍ଷ ୭୦ ହଜାର ଟଙ୍କା ଜବତ

Published By : Prameya | March 1, 2025 4:34 PM

ଭୁବନେଶ୍ବର, ୧।୩ :  ଓଲଡ ଟାଉନ ଲିଙ୍ଗରାଜ ଅଞ୍ଚଳର ଶ୍ରୀରାମନଗରରେ ଏସବିଆଇ ଏଟିଏମ୍ ଲୁଟ ଘଟଣାର  କମିସନରେଟ ପୋଲିସ ପର୍ଦ୍ଦାଫାସ କରିଛି। ପୋଲିସ ୬ ଜଣଙ୍କୁ ଗିରଫ କରିଛି।  ଏମାନଙ୍କ ନିକଟରୁ ଏକ ଲକ୍ଷ ୭୦ ହଜାର ଟଙ୍କା  ପୋଲିସ ଜବତ୍ କରିଛି ।  ଏହି ଘଟଣାରେ ଜଡିତ ଅନ୍ୟ ୨ ଜଣ ପଶ୍ଚିମବଙ୍ଗ ଲୁଟେରା ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି  ବିକି ଓରଫ ଦେବୀ ପ୍ରସାଦ ମଲିଆ , କ୍କାଂହା ଓରଫ ରମାକାନ୍ତ ସାହୁ , ସାଗର ସାମଲ , ବରୁ ଓରଫ ବୀରେନ ରାଉତ , ଆକାଶ ମହାପାତ୍ର ଏବଂ ଆକାଶ ମୁଖାର୍ଜୀ ।

ଗତ ୨୦୨୨ ମସିହାରେ ଧଉଳି ଅଞ୍ଚଳର ଏକ ଏଟିଏମ୍ ଲୁଟ ମାମଲାରେ ପଶ୍ଚିମବଙ୍ଗର ବିଜୁ ଓରଫ ଏସ କେ ମିର୍ଯୁମାନ ରେହମାନ ଓ ରୁସ୍ତମ୍ ଦୁହେଁ ସଂପୃକ୍ତି ରହିଥିଲେ।  ସେମାନେ   ଗତ ୨୫ ଡିସେମ୍ବର ୨୦୨୪ ମସିହାରୁ ଜେଲରୁ ବାହାରିଥିଲେ। ଜେଲରେ ଥିବା ବେଳେ  ସ୍ଥାନୀୟ ଲୁଟେରାଙ୍କ ସହ ମିଶି ଏଟିଏମ ଲୁଟ ପାଇ ଯୋଜନା କରିଥିଲେ। ଗତ ୨୪ ତାରିଖରେ ଶ୍ରୀରାମନଗର ଏଟିଏମ ଲୁଟ୍ କରିଥିଲେ। ଏ ଟି ଏମ୍ ମେସିନରୁ ସମୁଦାୟ ୨୧ଲକ୍ଷ ୭୭ ହଜାର ଟଙ୍କାରୁ ଭାଗ ବଣ୍ଟା କରାଯାଇଥିଲେ । ଅଭିଯୁକ୍ତ  ବିକି ଓରଫ ଦେବିପ୍ରସାଦ ମାଳିଆ ଲୁଟ ଟଙ୍କାରେ ଘର ଡିଜାଇନ୍ ସହ ସୁନା ଚେନ କିଣିଥିଲା । ରାଉରକେଲାରୁ ଅଭିଯୁକ୍ତ  ଆକାଶ ମୁଖାର୍ଜୀ ୩ ଲକ୍ଷ , ଅନ୍ୟ ଦୁଇ  ଜଣ ଫେରାର କଲିକତାର ଅଭିଯୁକ୍ତ ୧୦ ଲକ୍ଷ ନେଇଥିଲେ । ଅନ୍ୟ ମାନେ ଏହାକୁ ଭାଗ କରି ନେଇଯାଇଥିଲେ ।  ଅଭିଯୁକ୍ତ ବିକି ଓରଫ ଦେବପ୍ରସାଦ ମାଲିଆ ଏକ ହତ୍ୟା କେସରେ ଝାରପଡ଼ା ଜେଲରେ ଥିଲା ସେହି ସମୟର ଦୁଇ ଜଣ ପଶ୍ଚିମବଙ୍ଗ ଲୁଟେରାଙ୍କ ସହ ସମ୍ପର୍କ ହୋଇଥିଲା ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.