ନୀଳଗିରି,୯/୧୨ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୁନା ବିସ୍କୁଟ ରାକେଟ ର ସାଙ୍ଘାତିକ ଘଟଣା ପଦାକୁ ଆସିଲା। ସୁନା ବିସ୍କୁଟ କାରବାର ଆଳରେ ଲୁଟ ଘଟଣାରେ ୬ ଜଣଙ୍କୁ ପୁଲିସ ଗିରଫ କରିଛି।

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧିନ ସଂଗ୍ରାମ କେଶର ବେହେରା (୪୨) ପୁଅ ସ୍ୱପ୍ନେଶ୍ୱର ବେହେରାଙ୍କୁ ଦୁଇ ମାସ ପୂର୍ବେ ବାପି ମଲିକ ତାଙ୍କୁ ଦୁଇଟି ସୁନା ବିସ୍କୁଟ ଦେବେ ବୋଲି କହିଥିଲେ। ଅଭିଯୁକ୍ତ ତାଙ୍କୁ କହିଥିଲେ ଯେ ଯଦି ସେ ବିସ୍କୁଟ ବିକ୍ରି କରିବାକୁ ଚାହାଁନ୍ତି, ତେବେ ସେ ଜଣେ କ୍ରେତା ବ୍ୟବସ୍ଥା କରିବାରେ ସାହାଯ୍ୟ କରିବେ। ବାପି ମଲିକ ତାଙ୍କୁ ରୋହିଆ ସିଂହଙ୍କ ସହିତ କଥା ହୋଇ ସୁନା ବିସ୍କୁଟର ଏକ ନମୁନା ସଂଗ୍ରହ କରିବାକୁ କହିଥିଲେ। ସେ ସମୟରେ ସେ କଳାହାଣ୍ଡିରେ ଶିକ୍ଷକତା କରିଥିବାରୁ ସେ ତାଙ୍କ ସମର୍କୀୟ ଭାଇ ଖୋର୍ଦ୍ଧା ଜିଲ୍ଲା ବେଡା ଥାନା ଅଧିନ ଡାଲକ ଗ୍ରାମର ତ୍ରିନାଥ ବେହେରାକୁ ନମୁନା ସଂଗ୍ରହ କରିବାକୁ ପଠାଇଥିଲେ।ରବିବାର ୫ ଲକ୍ଷ ଟଙ୍କାରେ ଦୁଇଟି ସୁନା ବିସ୍କୁଟ ନେବାକୁ ଆସିଥିଲେ। ସେମାନେ ତାଙ୍କୁ ସନ୍ତରଗଡ଼ିଆ ଅଞ୍ଚଳର ଅରବିନ୍ଦ ବିଦ୍ୟାଳୟ ନିକଟସ୍ଥ ପିତାମ ସାହି ଛକକୁ ଡାକିଥିଲେ। କଥାବାର୍ତ୍ତା ସମୟରେ ରୋହିଆ ସିଂହ ଏବଂ ତାଙ୍କ ଭାଇ ଉପସ୍ଥିତ ଥିଲେ। ସେମାନେ ଟଙ୍କା ବାହାର କରୁଥିବା ସମୟରେ ହଠାତ୍ ତିନୋଟି ବାଇକରେ ଆସି ଉଭୟଙ୍କୁ ଆକ୍ରମଣ କରିଥିଲେ। ସେମାନେ ବେକରୁ ଏକ ସୁନା ଚେନ୍ ଛଡ଼ାଇ ନେଇଥିଲେ ଏବଂ ସେ ଆଣିଥିବା ୫ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ମୋବାଇଲ ଟ୍ରାକ ଜରିଆରେ ୬ ଜଣଙ୍କୁ ଗିରଫ କରି ୩.୨୯ ଲକ୍ଷ ଟଙ୍କା ଜବତ କରିଥିଲେ। ୬ଟି ମୋବାଇଲ,ଦୁଇଟି ବାଇକ ମଧ୍ୟ ଜବତ କରିଥିଲେ। ଏ ନେଇ ନୀଳଗିରି ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ ସୁଚନା ଦେବାପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।