ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସାଲେପୁରରେ ୬ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ

Published By : Gurupada Nath | November 8, 2024 9:02 PM

ସାଲେପୁର,୮/୧୧ : ଆଜି ଦିନ ପ୍ରାୟ ୧ଟା ସମୟରେ ସାଲେପୁର ପୁଲିସ ଚଢ଼ଉ କରି ୬ଗ୍ରାମ ବ୍ରାଉନସୁଗର  ଏକ ମୋଟରସାଇକେଲ ଓ ନଗଦ ୬ହଜାର ଟଙ୍କା ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସାଲେପୁର ଅଞ୍ଚଳରେ ବ୍ୟାପକ ମାତ୍ରାରେ ଚୋରା ନିଶାକାରବାର ଚାଲିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ପକ୍ଷରୁ ଏ ଦିଗରେ ନଜର ରଖାଯାଇଥିବାବେଳେ ଆଜି ଦିନ ପ୍ରାୟ ୧ଟା ସମୟରେ ଚନ୍ଦ୍ରାଦେଇପୁର ଗ୍ରାମର ବାବାଜୀ ଚରଣ ପାତ୍ରର ପୁଅ ପ୍ରଦୀପ୍ତ ପାତ୍ର ଏକ ମୋଟରସାଇକେଲ ଯୋଗେ ଶିଶୁଆ ବ୍ୟାରେଜ ଛକ ଦେଇ ଯାଉଥିବା ସମୟରେ ପୁଲିସ ବିଶେଷ ସୂତ୍ରରୁ ଖବପାଇ ତାର ପିଛା କରି ବ୍ୟାରେଜ ଛକ ନିକଟରେ ତାକୁ ଅଟକାଇ ତାନିକଟରୁ ୬ଗ୍ରାମ ବ୍ରାଉନସୁଗର ନଗ ଦ୬ହଜାର ଟଙ୍କା ଓ ଏକ ମୋଟରସାଇକେଲକୁ ଜବତ କରିବା ସହ ତାକୁ ଗିରଫ କରିଥିବା  ଜଣାପଡ଼ିଛି । ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୬୦ହଜାର ଟଙ୍କା ହେବ ବୋଲି ପୁଲିସ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.