ନୀଳଗିରି,୨୪/୧୨: ବାଲେଶ୍ଵର ନୀଳଗିରି ଅଞ୍ଚଳର କୁଳଡିହା ବନ ବିଭାଗକୁ ବଡ଼ ସଫଳତା । କୁଳଡିହା ଅଭୟାରଣ୍ୟରେ ୬ ଶିକାରୀ ଓ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୧୪୬ ବଜ୍ରକାପ୍ତା କାତି, ଦେଶୀ ବନ୍ଧୁକ, ଝିଙ୍କ କାଠି, ଧନୁତୀର, ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା । କହିରଖୁଛୁ ଯେ, ୨ ସପ୍ତାହ ମଧ୍ୟରେ ୨୨ ଜଣ ଶିକାରୀ ଓ ବେପାରୀ ଗିରଫ ହେଲେଣି ।

ଏଆଇ କ୍ୟାମେରାରୁ ପ୍ରଥମେ ୩ ଜଣ ଶିକାରୀ ଗିରଫ ପରେ ଫୋନ୍ ଟ୍ରାକ୍ ମାଧ୍ୟମରେ ଜଣକ ପରେ ଜଣେ ଶିକାରୀ ଧରାପଡ଼ୁଛନ୍ତି । ଏ ପର୍ଯ୍ୟନ୍ତ ଗୁହାଳିଆ, ହାତୀଖୁଲିଆ, ପଞ୍ଚଲିଙ୍ଗଶ୍ୱର ଅଞ୍ଚଳରୁ ୨୨ ଜଣ ଶିକାରୀ ଓ ବେପାରୀ ଗିରଫ ହେଲେଣି । ଏପରିକି ହାତୀର ଗଳିତ ଶବ ଖୋଳି ହାଡ଼ ବାହାର କରି ଏହାକୁ ହାତୀଦାନ୍ତ ନିର୍ମାଣ ପାଇଁ ଏକ ରାକେଟ୍ ସକ୍ରିୟ ଥିବା ଜଣାପଡ଼ିଥିଲା । ଆଗକୁ ଆହୁରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିଏଫ୍ ଶୋଭନଦିଗନ୍ତ ଚାନ୍ଦ କହିଛନ୍ତି ।