ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଟେନସନ ପରେ ଟେନସନ, ପ୍ରଥମେ ୨୫% ଟାରିଫ୍ ଆଉ ଏବେ ୬ ଭାରତୀୟ କମ୍ପାନୀ ଉପରେ କଟକଣା

Published By : Swapna Ray | July 31, 2025 1:04 PM

ନୂଆଦିଲ୍ଲୀ, ୩୧।୭: ଭାରତ ଉପରେ ୨୫% ଟାରିଫ୍ ଲଗାଇଥିଲା ଆମେରିକା । ଆଉ ଏବେ ୬ଟି ଭାରତୀୟ କମ୍ପାନୀ ଉପରେ ନିଷେଧାଦେଶ ଜାରି କରିଛି । ଏହି କମ୍ପାନୀଗୁଡ଼ିକ ଇରାନୀ ପେଟ୍ରୋଲିୟମ, ପେଟ୍ରୋଲିୟମ ଉତ୍ପାଦ ଓ ପେଟ୍ରୋକେମିକାଲ ବ୍ୟବସାୟରେ ଜଡ଼ିତ ଥିବାରୁ ଯୁକ୍ତରାଷ୍ଟ୍ରର ଏକ୍ସିକ୍ୟୁଟିଭ୍ ଅର୍ଡର ୧୩୮୪୬ ଅନୁସାରେ, ନିଷେଧାଦେଶ ଉଲ୍ଲଂଘନ କରିଛନ୍ତି । ଆମେରିକା ଦାବି କରିଛି ଯେ, ଇରାନ ସରକାର ଏହି ଆୟକୁ ମଧ୍ୟପ୍ରାଚ୍ୟରେ ବିବାଦ, ଆତଙ୍କବାଦ ଓ ନିଜ ନାଗରିକଙ୍କ ଉପରେ ଦମନ ପାଇଁ ବ୍ୟବହାର କରୁଛି । 

ନିଷେଧାଦେଶ ପାଇଥିବା ଭାରତୀୟ କମ୍ପାନୀ:

-ଆଲକେମିକାଲ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ୍: ୨୦୨୪ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ୮୪ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ଇରାନୀ ପେଟ୍ରୋକେମିକାଲ ଉତ୍ପାଦ କ୍ରୟ ଓ ଆମଦାନୀ କରିଥିବା ଅଭିଯୋଗ ।

-ଗ୍ଲୋବାଲ ଇଣ୍ଡଷ୍ଟ୍ରିଆଲ କେମିକାଲ୍ସ ଲିମିଟେଡ୍: ୨୦୨୪ ଜୁଲାଇରୁ ୨୦୨୫ ଜାନୁଆରୀ ମଧ୍ୟରେ ୫୧ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ମେଥାନଲ ସମେତ ଇରାନୀ ଉତ୍ପାଦ ଆମଦାନୀ କରିଥିବା ଅଭିଯୋଗ  ।

-ଜୁପିଟର ଡାଏ କେମ ପ୍ରାଇଭେଟ ଲିମିଟେଡ୍: ୨୦୨୪ ଜାନୁଆରୀରୁ ୨୦୨୫ ଜାନୁଆରୀ ମଧ୍ୟରେ ୪୯ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ଟୋଲୁଏନ ସମେତ ଇରାନୀ ପେଟ୍ରୋକେମିକାଲ ଉତ୍ପାଦ ଆମଦାନୀ କରିଥିବା ଅଭିଯୋଗ ।

-ରମନୀକଲାଲ ଏସ ଗୋସାଲିଆ ଆଣ୍ଡ କମ୍ପାନୀ: ୨୦୨୪ ଜାନୁଆରୀରୁ ୨୦୨୫ ଜାନୁଆରୀ ମଧ୍ୟରେ ୨୨ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ମେଥାନଲ ଓ ଟୋଲୁଏନ ସମେତ ଇରାନୀ ଉତ୍ପାଦ ଆମଦାନୀ କରିଥିବା ଅଭିଯୋଗ ।

-ପର୍ସିଷ୍ଟେଣ୍ଟ ପେଟ୍ରୋକେମ୍ ପ୍ରାଇଭେଟ୍ ଲିମିଟେଡ୍: ୨୦୨୪ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୧୪ ମିଲିୟନ ଡଲାର ମୂଲ୍ୟର ମେଥାନଲ ସମେତ ଇରାନୀ ପେଟ୍ରୋକେମିକାଲ ଆମଦାନୀ କରିଥିବା ଅଭିଯୋଗ । 

-କାଞ୍ଚନ ପଲିମର୍ସ: ୧.୩ ନିୟୁତ ଡଲାରରୁ ଅଧିକ ମୂଲ୍ୟର ପୋଲିଏଥିଲିନ ସମେତ ଇରାନୀ ପେଟ୍ରୋକେମିକାଲ ଉତ୍ପାଦ ଆମଦାନୀ କରିଥିବା ଅଭିଯୋଗ ।  

ଏହି ସମସ୍ତ କମ୍ପାନୀ ଉପରେ ଏକ୍ସିକ୍ୟୁଟିଭ ଅର୍ଡର ୧୩୮୪୬ର ଧାରା ୩(ଏ)(ଆଇଆଇଆଇ) ଅନୁସାରେ, ଇରାନରୁ ପେଟ୍ରୋକେମିକାଲ ଉତ୍ପାଦ କ୍ରୟ, ଆମଦାନୀ, ବିକ୍ରୟ, ପରିବହନରେ ଜଡ଼ିତ ଥିବା ଅଭିଯୋଗରେ ନିଷେଧାଦେଶ ଲଗାଯାଇଛି । 

ଏହି ନିଷେଧାଦେଶ ଅନୁଯାୟୀ, ଏହି କମ୍ପାନୀଗୁଡ଼ିକର ଆମେରିକାରେ ଥିବା ସମସ୍ତ ସମ୍ପତ୍ତି ଓ ସମ୍ପତ୍ତି ସମ୍ବନ୍ଧୀୟ ଅଧିକାର ଅବରୋଧ କରାଯିବ । ଆମେରିକାରେ କିମ୍ବା ଆମେରିକୀୟ ବ୍ୟକ୍ତିଙ୍କ ନିୟନ୍ତ୍ରଣାଧୀନ ଏହି କମ୍ପାନୀଗୁଡ଼ିକର ସମ୍ପତ୍ତି ସହ ଜଡ଼ିତ ସମସ୍ତ କାରବାର ନିଷିଦ୍ଧ ଓ ଫଏସି ଦ୍ୱାରା ସାଧାରଣ କିମ୍ବା ନିର୍ଦ୍ଦିଷ୍ଟ ଲାଇସେନ୍ସ ମାଧ୍ୟମରେ ଅନୁମତି ଦିଆଯାଏ । ଏହା ଅଧୀନରେ କୌଣସି ଅବରୋଧିତ ବ୍ୟକ୍ତିଙ୍କୁ ଅର୍ଥ, ପଣ୍ୟ କିମ୍ବା ସେବା ଯୋଗାଣ କିମ୍ବା ତାଙ୍କଠାରୁ ଗ୍ରହଣ କରିବା ମନା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.