ଭୁବନେଶ୍ୱର,୭/୧୨ : ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ମଙ୍ଗଳବାର ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଉଭୟ ଟିମରେ ଖେଳାଳିମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଏହିକ୍ରମରେ ରବିବାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ।

ଅଧିନାୟକଙ୍କ ସମେତ ଆଉ ୫ଖେଳାଳି ଶୁଭମନ୍ ଗିଲ୍, ଶିବମ ଦୁବେ, ଜିତେଶ ଶର୍ମା, ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ଅପରାହ୍ନରେ ଟିମ୍ ଇଣ୍ଡିଆର କୋଚ, ସପୋର୍ଟ ଷ୍ଟାଫ୍ ଏବଂ କିଛି ଖେଳାଳି, ୱିକେଟ କିପର ଏବଂ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ମଧ୍ୟ ପହଞ୍ଚିଥିଲେ।

ତେବେ ବର୍ତ୍ତମାନ ଆସିଥିବା ୬ ଭାରତୀୟ ଖେଳାଳି ବିମାନବନ୍ଦରରୁ ବାହାରି ସିଧାସଳଖ ହୋଟେଲକୁ ଯିବେ। ସେଠାରେ ସେମାନଙ୍କୁ ସ୍ବାଗତ ପାଇଁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଉଭୟ ବିମାନବନ୍ଦର ଓ ହୋଟେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭିଡ଼କୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪ ଭାରତୀୟ ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।