ଭୁବନେଶ୍ୱର,୧୫/୦୮: ଓଡିଶାର ବିଭିନ୍ନ ଜିଲ୍ଲାରୁ ଛଅ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ହେବାକୁ ଥିବା ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ "ସାକୁରା'ରେ ପ୍ରତିନିଧିତ୍ୱ କରିବେ । ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୬ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍ଧାରୁଆ ମଡେଲ୍ ଓଏଭିର ଛାତ୍ର ସାଇ ସାହମ୍ ପ୍ରଧାନ, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେୟାଶ୍ରୀ ପାଣିଗ୍ରାହୀ, ନବରଙ୍ଗପୁର କରଚାମାଲ ସରକାରୀ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମୀକ୍ଷା ରାଣୀ ମାଳି, ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚନ୍ଦ୍ରଶେଖର ବେହେରା, କଟକ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିପ୍ରା ଶତପଥୀ ଏବଂ କେନ୍ଦ୍ରାପଡ଼ା ତୋରଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ପୁଣ୍ୟ ପୁଲୋକିତା ପତି ରହିଛନ୍ତି । ସେମାନଙ୍କ ସହିତ ଜଣେ ଗାଇଡ୍ ଶିକ୍ଷୟିତ୍ରୀ ନିହାରିକା ସାହୁ ମଧ୍ୟ ଜାପାନ ଯିବେ ବୋଲି ଜଣାପଡ଼ିଛି ।