​​​​​​​କଣ୍ଟାମାଳ,୨୨।୧୦  କଣ୍ଟାମାଳ ଥାନା ନୁଆପାଲି ନିକଟ ଜଙ୍ଗଲରୁ ୬ କ୍ବିଣ୍ଟାଲ ୯୦୦ ଗ୍ରାମ ଗଞ୍ଜେଇ ଜବତ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ନୁଆପାଲୀ ଗ୍ରାମର ଲୋଚନ ଦାସ, ଙ୍କର ପୋଢ ଏବଂ କମଘାଟ୍ ଗ୍ରାମର ଗଜପତି ସାହୁ । ସେମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

 ମିଳିଥିବା ସୂଚନା ଅନୁଯାୟୀ ଗତ ଫେବୃୟାରୀ ୨ ତାରିଖରେ କଣ୍ଟାମାଳ ପୁଲିସ ନୁଆପାଲି ନିକଟ ଜଙ୍ଗଲରୁ ୬ କ୍ବିଣ୍ଟାଲ ୯୦୦ଗ୍ରାମ ଗଞ୍ଜେଇ ଜବତ କରିଥିଲା l ଗଞ୍ଜେଇକୁ ଜବତ କରାଯାଇ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରା ଯାଇଥିବା ବେଳେ ଅଭିଯୁକ୍ତ ମାନେ ଫେରାର ଥିଲେ l କଣ୍ଟାମାଳ ଥାନା ଆଇଆଇସି ରଂଜିତ କୁମାର ମୁନୀଙ୍କ ତତ୍ୱାବଧାନରେ କଣ୍ଟାମାଳ ପୁଲିସ ଫେରାର ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି