ନୂଆଦିଲ୍ଲୀ,୦୩/୦୩: ଇଣ୍ଡୋନେସିଆରେ ଭୂକମ୍ପ ଝଟକା। ଇଣ୍ଡୋନେସିଆର ସିନାବାଙ୍ଗରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ଼ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ସିନାବାଙ୍ଗର ୬୫ କିଲୋମିଟର ଦକ୍ଷିଣକୁ ଥିବା ୟୁଏସ ଜିଓଲୋଜିକାଲ ସର୍ଭେ ରିପୋର୍ଟରୁ ଜଣାପଡିଛି।

ସୂଚନା ମୁତାବକ, ମଙ୍ଗଳବାର ହଠାତ୍ ଇଣ୍ଡୋନେସିଆର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଲୋକେ ଭୟରେ ଘରୁ ବାହାରିଯାଇଥିଲେ । ପ୍ରଶାନ୍ତ ମହାସାଗରର ରିଙ୍ଗ୍ ଅଫ୍ ଫାୟାରରେ ଏହି ଦେଶ ଥିବାରୁ ଏଠାରେ ଲଗାତାର ଭାବେ ଭୂମିକମ୍ପର ଝଟକା ଅନୁଭୂତ ହେଉଛି ।ପାଣିପାଗ ବିଜ୍ଞାନୀ ଅନୁଯାୟୀ, ଇଣ୍ଡୋନେସିଆର ସୁମାତ୍ରା ପ୍ରାନ୍ତରେ ଭୂମିକମ୍ପ ହୋଇଛି । ସକାଳ ୧୦ଟା ୨୬ ମିନିଟରେ ଲୋକଙ୍କୁ ଝଟକା ଲାଗିଛି । ଯାହାର କେନ୍ଦ୍ରସ୍ଥଳୀ ଭୂମିରୁ ୨୦ କିଲୋମିଟର ତଳେ ରହିଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ଆସିନାହିଁ । କିନ୍ତୁ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ଅନ୍ୟ ଦିଗରେ ସୁନାମି ନେଇ ଏବେ ସୁଦ୍ଧା କୌଣସି ସତର୍କତା ଜାରି କରାଯାଇ ନାହିଁ ।

ଆହୁରି ପଢନ୍ତୁ-ଇରାନ ସୁପ୍ରିମ ଲିଡର ଖାମେନେଇଙ୍କ ଡେଡ୍ବଡି କେଉଁଠି ? କିଏ କଲା ଗାଏବ, ଟ୍ରମ୍ପ ନା ନେତନ୍ୟାହୁ

ପ୍ରକାଶ ଥାଉକି,ନଭେମ୍ବର ୨୦୨୫ରେ, ଇଣ୍ଡୋନେସିଆର ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ବିଜ୍ଞାନ ଏଜେନ୍ସି ଆଚେ ପ୍ରଦେଶ ନିକଟରେ ୧୦ କିଲୋମିଟର ଗଭୀରତାରେ୬.୩ ତୀବ୍ରତାର ଭୂମିକମ୍ପ ରିପୋର୍ଟ କରିଥିଲା। ଏହି ଭୂମିକମ୍ପ ଜୋରରେ ଅନୁଭୂତ ହୋଇଥିଲା, କିନ୍ତୁ କର୍ତ୍ତୃପକ୍ଷ ନିଶ୍ଚିତ କରିଥିଲେ ଯେ ସୁନାମି ବିପଦ ନାହିଁ। ସେହିପରି ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୫ରେ ଇଣ୍ଡୋନେସିଆର କେନ୍ଦ୍ରୀୟ ପାପୁଆ ପ୍ରଦେଶରେ ୬.୧ ତୀବ୍ରତାର ଆଉ ଏକ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ନାବିରେ ସହରରୁ ୨୮ କିଲୋମିଟର ଦକ୍ଷିଣରେ ଅବସ୍ଥିତ ଥିଲା, ଯାହା ପାପୁଆ ନ୍ୟୁ ଗିନି ସହିତ ଅଂଶୀଦାର ହୋଇଥିବା ବିଶାଳ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପର ଇଣ୍ଡୋନେସିଆର ଅଧା ଭାଗରେ ଅବସ୍ଥିତ।