ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୬୨୪୪ରିଲିଫ୍‌ ସେଣ୍ଟର ପ୍ରସ୍ତୁତ କରାଯାଇଛି : ରାଜସ୍ବ ମନ୍ତ୍ରୀ

Published By : Gurupada Nath | October 22, 2024 9:30 PM

ଭୁବନେଶ୍ବର,୨୨/୧୦ : ସମ୍ଭାବ୍ୟ ବାତ୍ୟା ‘ଦାନା’ ଧୀରେ ଧୀରେ ସ୍ଥଳ ଭାଗକୁ ମାଡ଼ି ଆସୁଛି । ବୁଧବାର ବାତ୍ୟା ରୂପ ନେଇ ଏହା ସ୍ଥଳ ଭାଗ ଛୁଇଁବା ନେଇ ଆକଳନ କରାଯାଉଛି । ଏହାରି ମଧ୍ୟରେ ଗଭୀର ଅବପାତର ରୂପ ମଧ୍ୟ ନେଇ ସାରିଲାଣି ଘୂର୍ଣ୍ଣିଝଡ଼ । ସେପଟେ ବାତ୍ୟା ମୁକାବିଲା ମଧ୍ୟ ଜୋର ସୋରରେ ଚାଲିଛି । 

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ଆଶ୍ରୟସ୍ଥଳୀ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି, ପ୍ରାଥମିକ ଭାବରେ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ଲକ୍ଷ୍ୟ ରହିଛି। ରିଲିଫ୍‌ ସେଣ୍ଟରରେ ରନ୍ଧା ଖାଦ୍ୟ ବ୍ୟବସ୍ଥା ହେବ। ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବ ପ୍ରଶାସନ। ୬୨୪୪ ରିଲିଫ୍‌ ସେଣ୍ଟର ପ୍ରସ୍ତୁତ କରାଯାଇଛି। 

ମନ୍ତ୍ରୀ ଆହୁରି କହିଛନ୍ତି, ୮୬୪୭ ଗର୍ଭବତୀ ଚିହ୍ନଟ କରାଯାଇଛି, ସମସ୍ତଙ୍କୁ ହସ୍ପିଟାଲ ଅଣାଯିବ। ୫୧ଟି ଓଡ୍ରାଫ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ମୁତୟନ ହୋଇ ସାରିଲେଣି, ୧୭୮ ଅଗ୍ନିଶମ ଟିମ୍‌ ମୁତୟନ ହୋଇଗଲେଣି, ୪୦ ଟିମ୍‌ ରାସ୍ତାରେ ଅଛନ୍ତି। ସେମାନେ ବୁଧବାର ମୁତୟନ ହେବେ। ସେହିଭଳି ୨୦ ଏନଡିଆରଏଫ ଟିମ୍‌ରୁ ୧୯ଟି ମୁତୟନ ହୋଇଛନ୍ତି ଗୋଟିଏ ଟିମ୍‌କୁ ରିଜର୍ଭ ରଖଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.