ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସୀମାନ୍ତରେ ୬୪ ମାଓବାଦୀଙ୍କ ଆତ୍ମସମର୍ପଣ

Published By : Suraj Kumar | March 16, 2025 10:36 PM

ମାଲକାନଗିରି, ,୧୬।୩ (ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କତାଗୁଡ଼େମ ଜିଲ୍ଲାରେ ୬୪ ଜଣ ମାଓବାଦୀ ପୋଲିସ  ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ୬୪ ଜଣ ମାଓବାଦୀଙ୍କ ମଧ୍ୟରେ ଏସିଏମ କ୍ୟାଡର, ପାର୍ଟି ମେମ୍ବରଙ୍କ ଭଳି ଅନେକ ବଡ଼ ପଦରେ ଥିବା ମାଓବାଦୀ ରହିଛନ୍ତି।

 ସୂଚନା ଅନୁଯାୟୀ ଭଦ୍ରାଦି କତାଗୁଡ଼େମ ଜିଲ୍ଲାର ଆଇଜି ଚନ୍ଦ୍ର ଶେଖର ରେଡ୍ଡୀଙ୍କ ନେତୃତ୍ଵରେ ପୋଲିସ ଓ ସିଆରପିଏଫର ବରିଷ୍ଟ ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଚାଲିଥିବା ମାଓ ଦମନ ଅପରେସନ ଚେୟୁତା ମାଧ୍ୟମରେ ମାନେ ଏହି ମାଓବାଦୀ ଆକର୍ଷିତ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ପୁର୍ବରୁ ମାଓ ସଙ୍ଗଠନରେ ସାମିଲ ହୋଇ ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟରେ ଅନେକ ମାଓ ହିଂସା କାଣ୍ଡ  ଘଟାଇଛନ୍ତି। ହେଲେ ସରକାରଙ୍କ ମାଓଦମନ ନୀତି କଠୋର ହେବା ସହ ବିକାଶ ମୂଳକ କାର୍ଯ୍ୟ ଓ ମାଓ ସଙ୍ଗଠନ ନିଜର ସ୍ଥିତି ହରାଉଥିବା ଦେଖି ଏହି ୬୪ ଜଣ ମାଓବାଦୀ ସାଧାରଣ ଜୀବନ ଯାପନ ପାଇଁ ନିଷ୍ପତ୍ତି ନେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିବା ପରେ ତେଲେଙ୍ଗାନା ସରକାରଙ୍କ ନିୟମ ଅନୁସାରେ ସମସ୍ତ ୬୪ ଜଣଙ୍କୁ ୨୫ ହଜାର ଲେଖାଏଁ ସହାୟତା ରାଶୀ ପ୍ରଦାନ କରାଯାଇଥିବା ନେଇ ଏସପି ରୋହିତ ରାଜ ପ୍ରକାଶ କରିଛନ୍ତି। ଏହାସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଆଇଜି ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.