ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଅବକାରୀ ବିଭାଗର ଚଢ଼ାଉ; ୬୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

Published By : Harapriya Sethi | October 28, 2024 1:10 PM

ଉମରକୋଟ, ୨୮/୧୦: ଉମକକୋଟ ଅବକାରୀ ବିଭାଗ ଏବଂ ଉମରକୋଟ ପୋଲିସର ମିଳିତ ଚଢ଼ାଉ । ଗଈଧଡି ଗ୍ରାମର ମୁକୁନ୍ଦ ବିଶୋଇଙ୍କ ଅସ୍ଥାୟୀ ଘରୁ ଜବତ ହେଲା ୬୫୦ ଲିଟର ଦେଶୀ ମଦ । ଏହି ଘଟଣାରେ ସମ୍ପୃକ୍ତ ଥିବା ମୁକୁନ୍ଦ ବିଶୋଇ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରତାଖଣ୍ଡିଗୁଡା ପଞ୍ଚାୟତର ଗଈଧଡି ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚଚନା ମୁତାବକ, ଗଈଧଡି ଗ୍ରାମର ମୁକୁନ୍ଦ ବିଶୋଇ ତାଙ୍କର ଏକ ଅସ୍ଥାୟୀ ଘରେ ଦେଶୀ ମଦ ତିଆରି କରି ବଜାରରେ ବିକ୍ରି କରନ୍ତି । ଏନେଇ ଅନେକ ଥର ଚଢ଼ାଉ ପରେ ବି ମୁକୁନ୍ଦ ଅବକାରୀ ବିଭାଗ ଆଖିରୁ ଖସି ଯିବାରେ ସଫଳ ହୋଇଥିଲା । କିନ୍ତୁ ଏଥର ଅବକାରୀ ବିଭାଗ ସଫଳ ହୋଇଛି । ମୁକୁନ୍ଦ ବିଶୋଇ ଘରେ ଚଢାଉ କରି ୬୫୦ ଲିଟର ରନ୍ଧା ଦେଶୀ ମଦ ଜବତ କରିବା ସହ ଦେଶୀ ମଦ ବେପାରୀ ମୁକୁନ୍ଦ ବିଶୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅନେକ ଚେଷ୍ଟା ପରେ ମୁକୁନ୍ଦକୁ ଧରିବାରେ ଅବକାରୀ ବିଭାଗ ଓ ପୋଲିସ ସଫଳ ହୋଇଛି ବୋଲି କହିଛନ୍ତି ଉମରକୋଟ ଅବକାରୀ ନିରୀକ୍ଷକ ମଞ୍ଜୁଲତା ବାରିକ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.