କେସିଙ୍ଗା,୨୧/୧୨ : ଝାରଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ୬୯ତମ ଜାତୀୟ ସ୍କୁଲ ଗେମ୍ ୨୦୨୫-୨୬ରେ ୧୭ ବର୍ଷରୁ କମ ବାଳିକା ଫୁଟବଲ୍ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଦେଓଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହସ୍ତରୀ ଶବର ସାମିଲ ହୋଇ ତାଙ୍କର ଖେଳ ପ୍ରଦର୍ଶନ କରିଛନ୍ତି ।

ଜାତୀୟ ବାଳିକା ଫୁଟବଲ ଖେଳାଳି ଭାବେ ପ୍ରଥମ କରି କଳାହାଣ୍ଡି ଜିଲ୍ଲାରୁ ହସ୍ତରୀ ଶବର ମନୋନୀତ ହୋଇଥିବା ଜଣାପଡିଛି । ହସ୍ତରୀଙ୍କ ଏହି ସଫଳତା କଳାହାଣ୍ଡି ଜିଲ୍ଲା ତଥା କେସିଙ୍ଗା ବ୍ଲକ୍ ଅଞ୍ଚଳ ପାଇଁ ଏକ ଗୌରବର ବିଷୟ ହୋଇଥିବା ପ୍ରକାଶ। ହସ୍ତରୀ ଶବର ଦେଓଗାଁ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ହୋଇଥିବାବେଳେ ପିତା ଆନନ୍ଦ ଶବର ଏବଂ ମାତା ଅହଲ୍ୟା ଶବର।