ଭୁବନେଶ୍ୱର, ୨୩/୦୬: ଚଳିତ ମାସ ୨୫ରେ ୬ଷ୍ଠ ସଂସ୍କରଣ  ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ଶୁଭାରମ୍ଭ ହେବ । ଏଥିରେ ପର୍ଯ୍ୟଟନ  କ୍ଷେତ୍ର ଅଂଶୀଦାର, ନୀତି ନିର୍ଦ୍ଧାରକ, ନିବେଶକ ମାନେ ସାମିଲ ହୋଇ  ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ନୂଆ ରୋଡ୍‌ମ୍ୟାପ୍‌  ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରିବେ । କାର୍ଯ୍ୟକ୍ରମରେ ପ୍ରମୁଖ ଭିତ୍ତିଭୂମି  ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ ସ୍ଥାପନା ଭଳି ଦିଗ  ଗୁଡ଼ିକ ଉପରେ ବ୍ୟାପକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।  ସେହିଭଳି ରାଜ୍ୟକୁ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆକୃଷ୍ଟ  କରିବା ଉପରେ ମଧ୍ୟ ଅଂଶୀଦାର ମାନେ ବିଚାର ବିମର୍ଷ କରିବେ ।  

ରାଜ୍ୟକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଇବା  ଉପରେ ମଧ୍ୟ ଏହି କନ୍‌କ୍ଲେଭରେ ଫୋକସ ରହିବ । ସେହିଭଳି  ୨୧ ଦିନିଆ ପର୍ଯ୍ୟଟନ ପ୍ୟାକେଜ, ପର୍ଯ୍ୟଟନ ମାନେ କିଭଳି  ରାଜ୍ୟରେ ଅଧିକ ସମୟ ଅତିବାହିତ କରିବେ ସେ ଦିଗରେ ମଧ୍ୟ  ଆଲୋଚନା ହେବ । ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ରାଜ୍ୟର ସ୍ଥାନିୟ  ଲୋକଙ୍କ ବିକାଶରେ ସହାୟକ ହେବ । ପର୍ଯ୍ୟଟନ କ୍ଷେତ୍ରରେ ଏକ  ଉନ୍ନତ ଇକୋସିଷ୍ଟମ ବିକାଶ, ନିବେଶ ପ୍ରୋତ୍ସାହନ, ସଂସ୍କୃତି,  ଡିଜିଟାଲ ପର୍ଯ୍ୟଟନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ । ରାଜ୍ୟର  ସଂସ୍କୃତି ଏବଂ ଐତିହ୍ୟକୁ ବିଶ୍ୱ ଦରବାରେ ପହଞ୍ଚାଇବା ଉପରେ  ମଧ୍ୟ ଅଂଶୀଦାର ମାନେ ଦିଗରେ ବ୍ୟାପକ ଭାବେ ଚର୍ଚ୍ଚା ହେବ ।