ଭୁବନେଶ୍ୱର, ୩୦।୧୨: ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଭୁବନେଶ୍ୱର କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି । ପାହାଳରେ ଥିବା ମିଠା ଦୋକାନ ସମ୍ମୁଖରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି ।
ୱେଷ୍ଟ ବେଙ୍ଗଲରୁ ୭୦ ଜଣଙ୍କୁ ନେଇ ଶ୍ରୀକୃଷ୍ଣ ବସ୍ଟି ଭାଇଯାକ ପିକନିକ୍ ପାଇଁ ଯାଉଥିଲା । ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯିବା ପରେ ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଓ ହେଲ୍ପର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।