ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଗୋଟିଏ ଦିନରେ ବଜ୍ରାଘାତରେ ୭ ମୃତ; ଚାଲିଗଲା ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ

Published By : Bijay Swain | May 16, 2025 5:29 PM

ଭୁବନେଶ୍ୱର ୧୬ବଜ୍ରପାତ ନେଲା ୭ ଜୀବନ। କେବଳ ଗୋଟିଏ ପରିବାରର ୩ ସଦସ୍ୟଙ୍କ ଜୀବନ ଯାଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଓଡ଼ିଆ ପେଣ୍ଠ ପଞ୍ଚାୟତର ପରଡିଗୁଡା ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ଦିନ ଦ୍ବିପ୍ରହର ସମୟରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମୟରେ ବିଲ ନିକଟରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ ପୁରା ପରିବାର। ହେଲେ ଏହି ସମୟରେ ହଠାତ୍ ବଜ୍ରାଘାତ ହେବାରୁ ଗୋଟିଏ ପରିବାରର ଆଈ, ନାତୁଣୀଙ୍କ ସହ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଜଣେ ବୃଦ୍ଧା ମଧ୍ୟ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସେହିପରି ମୋହନ କାନକଟା ଗାଁରେ ବିଜୁଳି ଘଡଘଡି ହେବା ଯୋଗୁଁ ଜଣେ ଯୁବତୀଙ୍କ ପ୍ରାଣ ହରାଇଛନ୍ତି। ଖବର ମୁତାବକ ଉକ୍ତ ଯୁବତୀ ଜଣକ ନିଜ ଦୋକାନ ସମ୍ମୁଖରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଏହି ବଜ୍ରାଘାତର ଶିକାର ଯୁବତୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଜଣାପଡିଛି। 

ବ୍ରହ୍ମପୁରରେ ବଜ୍ରପାତ ଯୋଗୁଁ ଦୁଇ ଜଣଙ୍କ ମଜତ୍ୟୁ ହୋଇଥିବା ଜଣାପଡିଛି। ଭଞ୍ଜନଗର କେବ୍ରୀ ବରପୁରରେ ବଜ୍ରପାତରେ ଯୁବତୀ ମୃତ। ଗାଁ ଆମ୍ୱ ତୋଟାରୁ ଆମ୍ୱ ଗୋଟାଉଥିବା ବେଳେ ବିଜୁଳି ମାରିବା ଯୋଗୁଁ ହେଲା ମୃତ୍ୟୁ। ସେହିଭଳି କବିସୂର୍ଯ୍ୟନଗର ଏ ବରିଡା ଗାଁରେ ବଜ୍ରପାତରେ ଛାତ୍ର ମୃତ। ଛାତ୍ର ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ଅକଷ୍ମାକ ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା। ମୃତ ଛାତ୍ର ଜଣକଙ୍କ ନାମ ଏମ ପ୍ରକାଶ ପ୍ରଧାନ ବୋଲି ଜଣାପଡିଛି।  

ସେହିଭଳି ସିମିଳିଗୁଡା ବ୍ଲକ ଖାଲିପାଡିରେ ଜଣେ ଯୁବକଙ୍କ ମଡତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣଙ୍କ ନଦୀରୁ ମାଛ ଧରୁଥିବା ବେଳେ ବଜ୍ରାଘାତ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ମିଳିଲା ସୂଚନା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.