ଚଣ୍ଡିଗଡ଼ : ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ପଞ୍ଜାବ ଓ ଅନ୍ୟ ରାଜ୍ୟ ଗୁଡ଼ିକରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟରଙ୍କୁ ଗିରଫ କରିଛି। ଏଥିରେ ବହୁ ସଂଖ୍ୟାରେ ହତିଆର ଜବତ ହୋଇଛି। ସ୍ପେଶାଲ ସେଲ୍‌ ଏହି କାର୍ଯ୍ୟାନୁଷ୍ଠାନରେ ପଞ୍ଜାବ , ହରିଆଣା , ରାଜସ୍ଥାନ ଓ ଦିଲ୍ଲୀରେ ଚଢାଉ କରିଛନ୍ତି। ସବୁ ଅଭିଯୁକ୍ତ ପୂର୍ବରୁ ମଧ୍ୟ ହତ୍ୟା ଓ ଜୋର ଜବରଦସ୍ତ ଟଙ୍କା ଆଦାୟ ଭଳି ଅନେକ ଅପରାଧରେ ଜଡ଼ିତ ଥିଲେ। ଅଭିଯୁକ୍ତଙ୍କ ପାଖରୁ ୬ସେମି ଅଟୋମେଟିକ ପିଷ୍ଟଲ, ୨୬ କାରତୁସ, ଚୋରୀ କାର ମୋଟର ସାଇକେଲ ଓ ଜିପିଏସ ଟ୍ରାକିଂ ଡିଭାଇସ ଜବତ ହୋଇଛି।

ସ୍ପେଶାଲ ସେଲ୍‌ର ଆଡିସନାଲ ସିପି ପ୍ରମୋଦ କୁମାର କୁଶୱାହ କହିଛନ୍ତି କି, କାଉଣ୍ଟର ଇଣ୍ଟେଲିଜେନ୍ସ ଟିମ୍‌ ୭ ସୁଟରଙ୍କୁ ଗିରଫ କରିଛି। ପ୍ରଥମ ଗିରଫଦାରୀ ରିତେଶ ନାମକ ବ୍ୟକ୍ତିକୁ ୨୩ ଅକ୍ଟୋବରରେ ଦିଲ୍ଲୀରେ ହୋଇଥିଲା। ରାଜସ୍ଥାନରୁ ସୁଖାରାମ ନାମକ ବ୍ୟକ୍ତିକୁ ଗିରଫଦାରୀ କରାଯାଇଛି। 

ପଞ୍ଜାବର ଅବୋହର ଓ ସିରସାରୁ ମଧ୍ୟ ଗିରଫ କରାଯାଇଛି। ସେମାନେ ରାଜସ୍ଥାନରେ ସୁନିଲ ପହିଲବାନର ହତ୍ୟା ଯୋଜନା କରୁ ଥିଲେ। ସେ ଦୁଇ ଥର ରେକି ମଧ୍ୟ କରିଥିଲେ। ତାଙ୍କ ପାଖରୁ ଏକ ଜିପିଏସ ଟ୍ରାକିଂ ଡିଭାଇସ ମଧ୍ୟ ଜବତ ହୋଇଛି। ତାଙ୍କୁ ଆରଜୁ ବିଷ୍ଣୋଇ ଠାରୁ ନିର୍ଦ୍ଦେଶ ମିଳୁ ଥିଲା। ଯିଏ ଏବେ ସ୍ୱତନ୍ତ୍ର ରୂପେ କାମ କରୁଛି, କିନ୍ତୁ ସେ ପ୍ରଥମେ ଲରେନ୍ସ ସିଣ୍ଡିକେଟ୍‌ର ସଦସ୍ୟ ଥିଲା। ସେ କହିଛି କି, ଏବେ ଅଭିଯୁକ୍ତଙ୍କୁ ପଚରାପଚରି କରାଯାଉଛି ଏବଂ ଏହା ବି ଯାଞ୍ଚ କରାଯିବ କି ସେମାନେ କେଉଁଭଳି ବାବା ସିଦ୍ଦିକିଙ୍କ ଉପରେ ହମଲାରେ ସଂପୃକ୍ତି ଅଛନ୍ତି ନା ନାହାନ୍ତି। 

ଏହା କାର୍ଯ୍ୟାନୁଷ୍ଠାନ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ଚାଲୁଥିବା କ୍ୟାମ୍ପେନର ଅଂଶବିଶେଷ, ଯାହାକି ପୁଲିସ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ଗ୍ୟାଙ୍ଗର ଅପରାଧ ଉପରେ ଅଙ୍କୁଶ ଲଗାଇବାରେ ସାହାଯ୍ୟ ମିଳିବ।