ଚଣ୍ଡିଗଡ଼,୨୭/୦୫: ହରିୟାଣା ପଞ୍ଚକୁଲା ସେକ୍ଟର-୨୭ରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୋଟିଏ କାର୍‌ରୁ ୭ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିଲା ଜଣାପଡ଼଼ିଛି । ସେମାନେ ଉତ୍ତରାଖଣ୍ଡର । ପାରିପାର୍ଶ୍ୱିକ ସ୍ଥିତି ଦେଖି ଲାଗୁଛି ସେମାନେ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରୁ ସୁଇସାଇଟ୍‌ ନୋଟ ମିଳିଛି । ବାଘେଶ୍ୱର ଧାମର ହନୁମନ୍ତ କଥା ଶୁଣି ପରିବାର ଫେରୁଥିଲେ । ହେଲେ କଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଲେ ତାହା ପ୍ରଶ୍ନ ଘେରରେ ରହିଛି ।

କାର୍‌ରେ ବିଷ ପିଇ ଆତ୍ମହତ୍ୟା- ହସ୍ତଗତ ହୋଇଥିଲା ସୂଚନା ଅନୁସାରେ ପଞ୍ଚକୁଲା ସେକ୍ଟର-୨୭ରେ ଏକା ଫ୍ଲାଟ ଆଗରେ କାର୍‌ ଛିଡା ହୋଇଥିଲା । କାର୍‌ରେ ପ୍ରବୀଣ ମିତ୍ତଲ (୪୨), ତାଙ୍କ ପତ୍ନୀ, ୩ ପିଲା (ଜଣେ ପୁଅ, ୨ ଝିଅ), ଏବଂ ପ୍ରବୀଣଙ୍କ ବପା-ମାଆଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନେ ଉତ୍ତରାଖଣ୍ଡବାସୀ । ବାଘେଶ୍ୱର ଧାମରୁ ପ୍ରବଚନ ଶୁଣି ଫେରୁଥିଲେ । କୁହାଯାଉଛି କି ଋଣ ବୋଝରେ ବୁଡ଼ି ରହିଥିବାକୁ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ପରିବାର କାର୍‌ ଭିତରେ ବିଷ ପିଇ ଛଟପଟ ହେଉଥିବାର କିଛି ସ୍ଥାନୀୟ ଲୋକ ଦେଖିଥିଲେ । ଏହାପରେ ସେ ୧୧୨ ଓ ପିସିଆରକୁ ଫୋନ୍ କରିଥିଲେ । ତୁରନ୍ତ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । କାର୍‌ କାଚ ଭାଙ୍ଗି ଅଚେତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରିଥିଲେ ପୋଲିସ । ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରୁ ପୋଲିସ ସୁଇସାଇଟ୍ ନୋଟ ଜବତ କରିଛି ।  ତଦନ୍ତ ପାଇଁ ଘଟଣାସ୍ଥଳରେ କ୍ରାଇମ୍‌ ସ୍କିନ୍ ଟିମ୍‌ ଓ ଫରେନ୍ସିକ ଏକ୍ସପର୍ଟ ଓ ଅନ୍ୟାନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଞ୍ଚକୁଲାର ଏକ ଘରୋଇ ହସ୍ପିଟାଲକୁ ମୃତଦେହ ପଠାଯାଇଛି । ପଞ୍ଚକୁଲା ଡିସିପି ହିମାଦ୍ରୀ କୌଶିକ ଏବଂ ଡିସିପି ଅମିତ୍‌ ଧଇୟା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କଣ ପାଇଁ ପରିବାର ଏପରି ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ । ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିସିପି ଅମିତ୍‌ ଧଇୟା ।