ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

Published By : Ankita S | May 27, 2025 8:22 AM

ଚଣ୍ଡିଗଡ଼,୨୭/୦୫: ହରିୟାଣା ପଞ୍ଚକୁଲା ସେକ୍ଟର-୨୭ରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୋଟିଏ କାର୍‌ରୁ ୭ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିଲା ଜଣାପଡ଼଼ିଛି । ସେମାନେ ଉତ୍ତରାଖଣ୍ଡର । ପାରିପାର୍ଶ୍ୱିକ ସ୍ଥିତି ଦେଖି ଲାଗୁଛି ସେମାନେ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରୁ ସୁଇସାଇଟ୍‌ ନୋଟ ମିଳିଛି । ବାଘେଶ୍ୱର ଧାମର ହନୁମନ୍ତ କଥା ଶୁଣି ପରିବାର ଫେରୁଥିଲେ । ହେଲେ କଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଲେ ତାହା ପ୍ରଶ୍ନ ଘେରରେ ରହିଛି ।

କାର୍‌ରେ ବିଷ ପିଇ ଆତ୍ମହତ୍ୟା- ହସ୍ତଗତ ହୋଇଥିଲା ସୂଚନା ଅନୁସାରେ ପଞ୍ଚକୁଲା ସେକ୍ଟର-୨୭ରେ ଏକା ଫ୍ଲାଟ ଆଗରେ କାର୍‌ ଛିଡା ହୋଇଥିଲା । କାର୍‌ରେ ପ୍ରବୀଣ ମିତ୍ତଲ (୪୨), ତାଙ୍କ ପତ୍ନୀ, ୩ ପିଲା (ଜଣେ ପୁଅ, ୨ ଝିଅ), ଏବଂ ପ୍ରବୀଣଙ୍କ ବପା-ମାଆଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନେ ଉତ୍ତରାଖଣ୍ଡବାସୀ । ବାଘେଶ୍ୱର ଧାମରୁ ପ୍ରବଚନ ଶୁଣି ଫେରୁଥିଲେ । କୁହାଯାଉଛି କି ଋଣ ବୋଝରେ ବୁଡ଼ି ରହିଥିବାକୁ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ପରିବାର କାର୍‌ ଭିତରେ ବିଷ ପିଇ ଛଟପଟ ହେଉଥିବାର କିଛି ସ୍ଥାନୀୟ ଲୋକ ଦେଖିଥିଲେ । ଏହାପରେ ସେ ୧୧୨ ଓ ପିସିଆରକୁ ଫୋନ୍ କରିଥିଲେ । ତୁରନ୍ତ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । କାର୍‌ କାଚ ଭାଙ୍ଗି ଅଚେତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରିଥିଲେ ପୋଲିସ । ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରୁ ପୋଲିସ ସୁଇସାଇଟ୍ ନୋଟ ଜବତ କରିଛି ।  ତଦନ୍ତ ପାଇଁ ଘଟଣାସ୍ଥଳରେ କ୍ରାଇମ୍‌ ସ୍କିନ୍ ଟିମ୍‌ ଓ ଫରେନ୍ସିକ ଏକ୍ସପର୍ଟ ଓ ଅନ୍ୟାନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଞ୍ଚକୁଲାର ଏକ ଘରୋଇ ହସ୍ପିଟାଲକୁ ମୃତଦେହ ପଠାଯାଇଛି । ପଞ୍ଚକୁଲା ଡିସିପି ହିମାଦ୍ରୀ କୌଶିକ ଏବଂ ଡିସିପି ଅମିତ୍‌ ଧଇୟା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କଣ ପାଇଁ ପରିବାର ଏପରି ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ । ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିସିପି ଅମିତ୍‌ ଧଇୟା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.