ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଜ୍ଞାନ ପରୀକ୍ଷାରେ କପି କରି ଧରାପଡ଼ିଲେ ୭ ଛାତ୍ର, ଧରାଇଦେଲା ଏଆଇ କ୍ୟାମେରା

Published By : Rasmita Pradhan | March 3, 2025 12:49 PM

ଭୁବନେଶ୍ଵର, ୦୩/୦୩ : ମାଟ୍ରିକ୍ ପରୀକ୍ଷାରେ କପି କରି ଧରାପଡ଼ିଲେ ଆଉ ୭ ଛାତ୍ର। ବିଜ୍ଞାନ ପରୀକ୍ଷାରେ କପି କରୁଥିବା ବେଳେ ଧରିଲା ଏଆଇ କ୍ୟାମେରା। ସମ୍ବଲପୁର ଜୋନରୁ ଏହି ୭ ଛାତ୍ର ଧରାପଡ଼ିଛନ୍ତି। ଏନେଇ ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦର ଡେପୁଟି ସେକ୍ରେଟାରୀ ଲାଲମୋହନ ହାଁସଦା ସୂଚନା ଦେଇଛନ୍ତି। ସବୁ ସେଣ୍ଟରରେ କ୍ୟାମେରା ଲାଗିନଥିବା ବେଳେ କେବଳ ସମ୍ଵେଦନଶୀଳ ସେଣ୍ଟରରେ କ୍ୟାମେରା ଲାଗିଛି। 

ଏଥର ବିଜ୍ଞାନ ପରୀକ୍ଷାରେ ସାଙ୍ଘାତିକ ତ୍ରୁଟି ହୋଇଛି। ବି ସେଟ୍‌ରେ ୪ ମାର୍କ କମ୍ ଏବଂ କିଛି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସି ସେଟ୍‌ରେ ୪ ମାର୍କ ମିସ୍ ପ୍ରିଣ୍ଟ୍ ଥିବା ବୋର୍ଡ ସ୍ଵୀକାର କରିଛି। ତେବେ ୪ ମାର୍କ ବିଷୟରେ କଣ୍ଡକ୍ଟିଂ ବୋର୍ଡ ନିଷ୍ପତ୍ତି ନେବ। ମୂଲ୍ୟାୟନ ବେଳେ ବୋର୍ଡ କମିଟି ନଜର ଦେବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। 

ଏହା ପୂର୍ବରୁ ଗଣିତ ପରୀକ୍ଷାରେ କପି କରିବା ବେଳେ ୫ ଜଣ ପରୀକ୍ଷାର୍ଥୀ ଏଆଇ କ୍ୟାମେରାରେ ଧରାପଡ଼ିଥିଲେ। ସେହିପରି ଇଂରାଜୀ ପରୀକ୍ଷାରେ କପି କଲାବେଳେ କଟକ ଜିଲ୍ଲାର ୮ ଜଣ ଛାତ୍ର ଧରାପଡ଼ିଥିଲେ। ସୂଚନା ଥାଉକି, ପରୀକ୍ଷା ସୁପରିଚାଳନା ପାଇଁ ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଷ୍ଟ୍ରିମିଙ୍ଗ କରାଯାଉଛି। ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ଏଆଇ କ୍ୟାମେରା ଜଗିଛି। କେନ୍ଦ୍ର ଭିତରର ପ୍ରତ୍ୟେକ କାର୍ଯ୍ୟକଳାପକୁ ବୋର୍ଡ କର୍ତ୍ତୃପକ୍ଷ ମନିଟରିଂ କରୁଛନ୍ତି। ଏହା ବ୍ୟତିତ, ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ଗୁଡିକୁ ରୋକିବା ଲାଗି ଏଥର, ଡାଇନାମିକ କ୍ୟୁ ଆର କୋଡ ଏବଂ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି। କପି ରୋକିବା ଲାଗି ୪ ସ୍ତରୀୟ ସ୍କ୍ଵାର୍ଡ ବ୍ୟବସ୍ଥା କରିଛି ବୋର୍ଡ।

ଏହି ଖବରଟିକୁ ପଢନ୍ତୁ-ସାନ ସିନା ଦାନ ତା ମହାନ, ସଂସାର ଛାଡ଼ିବା ଆଗରୁ ଦୁଇଟି ଜୀବନ ଦେଇଗଲେ ଜନ୍ମେଶ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.