ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

୭୭୫ଲିଟର ମଦ ଜବତ, ୫ ଗିରଫ

Published By : Gurupada Nath | June 19, 2025 9:57 PM

ଭୋଗରାଇ,୧୯/୬ : ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ଵର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଓ ଭୋଗରାଇ ଅବକାରୀ ଥାନା ପକ୍ଷରୁ ଗୁରୁବାର ଭୋଗରାଇ ଥାନା ଅଞ୍ଚଳରେ ମିଳିତ ଚଢ଼ଉ କରାଯାଇଛି । ଏହି ଚଢଉରେ ମୋଟ୍ ୭୭୫ଲିଟର ପଶ୍ଚିମବଙ୍ଗ ମାର୍କା ଦେଶୀ ସ୍ପିରିଟ ମଦ ଓ ଦେଶୀ ହାତରନ୍ଧା ମହୁଲି ମଦ ସହ ଏଥିରେ ସମ୍ପୃକ୍ତ ୫ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । 

ସୂଚନା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୬ଟା ସମୟରେ ଭୋଗରାଇ ଅବକାରୀ ଥାନା ଓଆଇସି ଚନ୍ଦନ କୁମାର ନାୟକଙ୍କ ନେତୃତ୍ବରେ ଅବକାରୀ ଇନ୍ସପେକ୍ଟର ହରିହର ସିଂହ, ସବ୍ ଇନ୍ସପେକ୍ଟର ଭବେଶ ଦାସ, ଏଏସ୍ଆଇ ଦିଲ୍ଲୀପ କୁମାର ତ୍ରିପାଠୀ, ଦୂର୍ଯ୍ଯଧନ ବେହେରା, ଅବକାରୀ କନଷ୍ଟେବଳ ମିନତୀ ପରିଡ଼ା, ସୁନାରାମ ସୋରେନ୍ ଓ ବ୍ରହ୍ମଜୀତ୍ ଦାସ ପ୍ରମୁଖ ପାଟ୍ରୋଲିଂରେ ଯାଇଥିବାବେଳେ ଭୋଗରାଇ ଥାନା ସରସ୍ବତୀପୁର ଗାଁର ରବି ମାରାଣ୍ଡିଙ୍କ ସ୍ତ୍ରୀ ମଇନା ମାରାଣ୍ଡି (୩୩)ଙ୍କୁ ୪୦ଲିଟର ପଶ୍ଚିମବଙ୍ଗ ମାର୍କା ଦେଶୀ ସ୍ପିରିଟ ମଦ ସହ ଓ ଅନୀଲ ଟୁଡୁଙ୍କ ପତ୍ନୀ ରାଣୀ ଟୁଡୁ (୩୪)ଙ୍କୁ ୬୫ ଲିଟର ଦେଶୀ ହାତରନ୍ଧା ମହୁଲି ମଦ ସହିତ ଗିରଫ କରିଥିଲେ । 

ସେହିପରି କୁକୁଡିଆ ଗାଁର ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର କରଙ୍କ ପୁଅ ଦିଲ୍ଲୀପ କର (୪୧)ଙ୍କୁ ୩୨୦ଲିଟର, ନେଗୁଆଁ ଗାଁର ସ୍ବର୍ଗତ କାଲୁ ମାରାଣ୍ଡିଙ୍କ ପୁଅ ବିଜୟ ମାରାଣ୍ଡି (୪୩)ଙ୍କୁ ୧୫୦ଲିଟର ଓ ସାତଗହଳିଆ ଗାଁର ସ୍ବର୍ଗତ ଦଶରଥ ଟୁଡୁଙ୍କ ପୁଅ ସନ୍ତୋଷ ଟୁଡୁ(୩୫)ଙ୍କୁ ୨୦୦ ଲିଟର ଦେଶୀ ହାତରନ୍ଧା ମହୁଲି ମଦ ସହିତ ଗିରଫ କରିଥିଲେ । ପରେ ଭୋଗରାଇ ଅବକାରୀ ଥାନା ପକ୍ଷରୁ ପୃଥକ୍ ପୃଥକ୍ ୫ଟି ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲାବେଳେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜଳେଶ୍ବରସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଏଏସ୍ଆଇ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.