ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

୭୮ ନା ୭୯, ଚଳିତବର୍ଷ କେତେ ତମ ସ୍ୱାଧୀନତା ଦିବସ ? ଦୂର କରନ୍ତୁ ଦ୍ୱନ୍ଦ୍ବ

Published By : Ankita S | August 13, 2025 3:14 PM

ନୂଆଦିଲ୍ଲୀ,୧୩/୦୮: ପ୍ରତିବର୍ଷ ୧୫ ଅଗଷ୍ଟରେ ଭାରତ ସ୍ୱାଧୀନତା ଦିବସ ପାଳନ କରେ। ଏହି ଦିନ ୧୯୪୭ ମସିହାରେ ୨୦୦ ବର୍ଷର ବ୍ରିଟିଶ ଶାସନରୁ ଭାରତ ସ୍ୱାଧୀନତା ପାଇଥିଲା।  ସ୍ୱାଧୀନତା ପାଇଁ ଅନେକ ସଂଗ୍ରାମୀ ଜୀବନ ବଳିଦାନ ଦେଇଥିଲେ । ଏହି ବର୍ଷ ମଧ୍ୟ ସାରା ଦେଶରେ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳନ କରାଯିବ। ଯାହା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିନ୍ତୁ ଆପଣ ଜାଣନ୍ତି ଯେ ଭାରତ କେଉଁ ତମ ସ୍ୱାଧୀନତା ବର୍ଷ ପାଳନ କରିଛି ? ଏହି ବର୍ଷ ଭାରତ ତା’ର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି ନା ୭୯ତମ, ସେ ବିଷୟରେ ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱରେ ରହିଛି । ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ସରଳ ଉପାୟରେ ଜାଣିବା ।

କ'ଣ ଦ୍ବନ୍ଦ୍ବ ? ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ଭାରତ ତା'ର ୭୮ ନା ୭୯ତମ ସ୍ୱାଧୀନତା ଦିବସ ପାଳନ କରିବ । କାରଣ ବର୍ତ୍ତମାନ ୨୦୨୫ରୁ ୧୯୪୭ (ସ୍ୱାଧୀନତା ବର୍ଷ) କୁ ହ୍ରାସ କରି ଗଣନା କରନ୍ତି । ଏହା କରିବା ଦ୍ୱାରା ଆମେ ୭୮ ସଂଖ୍ୟା ପାଇଥାଉ । ଆପଣଙ୍କୁ କହି ରଖୁଛୁ ଯେ, ଏହି ପଦ୍ଧତିରେ ଆମେ କେବଳ ସ୍ୱାଧୀନତାର ସମ୍ପୂର୍ଣ୍ଣ ବର୍ଷ ଗଣନା କରୁ, ଉତ୍ସବ ସଂଖ୍ୟା ନୁହେଁ ।

ଚଳିତ ବର୍ଷ ସ୍ୱାଧୀନତା ଦିବସ କେଉଁ ତମ ତାହା ଜାଣିବାର ସବୁଠାରୁ ସହଜ ଉପାୟ ହେଉଛି ପ୍ରଥମେ ସ୍ୱାଧୀନତା ଦିବସ ଅର୍ଥାତ୍ ୧୯୪୭ରୁ ଗଣନା କରିବା । ଉଦାହରଣ ସ୍ୱରୂପ, ଭାରତର ପ୍ରଥମ ସ୍ୱାଧୀନତା ଦିବସ ୧୯୪୭ ରେ ପାଳିତ ହୋଇଥିଲା। ଏହା ପରେ ୧୦ତମ ସ୍ୱାଧୀନତା ଦିବସ ୧୯୫୬, ୨୦ତମ ୧୯୬୬ରେ ୫୦ତମ ୧୯୯୬ରେ ପାଳିତ ହୋଇଥିବା ବେଳେ ୭୦ତମ ୨୦୧୬ରେ ପାଳିତ ହୋଇଥିଲା । ଏହି ଗଣନା ଅନୁସାରେ ଦେଖିଲେ ଚଳିତ ବର୍ଷ ଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । କହିରଖୁଛୁ କି, ଯେତେବେଳେ ଆମେ ବାର୍ଷିକୀ ବିଷୟରେ କଥା ହେଉ, ଏହାକୁ  ୭୮ତମ ସ୍ୱାଧୀନତା ଦିବସ ଭାବରେ ବିବେଚନା କରାଯିବ । କାରଣ ଏହି ବାର୍ଷିକୀ ଗୋଟିଏ ବର୍ଷ ପୂରଣ ହେବା ପରେ ପାଳନ କରାଯାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.