ଦଶମନ୍ତପୁର, ୧୦/୯ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟି ୮ ଟି ଗୋରୁ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଜଗୁଆଳି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୨ ଜଗୁଆଳିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହି ଜଗୁଆଳି ମାନେ ହେଲେ ସଦର ପଞ୍ଚାୟତ ଅଧିନସ୍ଥ ଉପର ଗୋଉଡ ସାହିରେ ରହୁଥିବା, ଦୁଲଭ ଗୋଉଡ (୬୧) ଏବଂ ଟେଲି ମୁଦୁଲି ।
ଗାଁ ନିକଟସ୍ଥ ପାହାଡ଼ରେ ଗୋରୁ ଚରାଇବାକୁ ଯାଇ ଥିଲେ। ହଠାତ୍ ପବନ ସହ ଘଡ଼ଘଡ଼ି ବର୍ଷା ହୋଇ ଥିଲା । ଫଳରେ ଦୁଲଭ ଗୋଉଡ ଚେତା ଶୂନ୍ୟ ହୋଇ ତଳେ ପଡି ଯାଇ ଥିବା ବେଳେ ଟେଲି ମୁଦୁଲି କୁ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ଉଭୟ ଜଗୁଆଳିଙ୍କୁ ପରିବାର ଲୋକ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟ ଭଲ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ସେହି ଭଳି ମୁର୍କାର ପଞ୍ଚାୟତ ଅଧିନସ୍ଥ ଝୋଲା ଗୁଡା ଗାଁ ର ଗୋବିନ୍ଦ ହିକକା ଓ ଦର୍ଶନ ହିକକା ନିକଟସ୍ଥ ପାହାଡ ରେ ଗାଈ ଚରାଉ ଥିଲେ। ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୮ ଗୋରୁ ମୃତ୍ୟୁ ହୋଇଛି। ଏଥିରେ ଗୋବିନ୍ଦ ହିକକାଙ୍କ ୫ ଟି ଗୋରୁର ମୃତ୍ୟୁ ଘଟିଛି। ତେବେ ଏଥିରେ ଜଗୁଆଳି ମାନେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି କହିଛନ୍ତି।
ଏ ସମ୍ପର୍କରେ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଧାକର ବେହେରାଙ୍କୁ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି ଯେ, ଆମ ବିଭାଗ ପକ୍ଷରୁ ଯାଇ ମୃତ ଗୋରୁଙ୍କ ଫଟୋ ଆଣିଛୁ। ଏହା ଅନଲାଇନ୍ ଜଣାଇ ଦେବୁ । ସରକାରଙ୍କ ଯାହା ପ୍ରୋଭିଜନ ଅଛି, ସେହି ଅନୁସାରେ ଚାଷୀ କୁ ସହାୟତା ମିଳିବ ବୋଲି କହିଛନ୍ତି।