ନୂଆଦିଲ୍ଲୀ,୧୭/୧୧: ଚୀନର ଓ୍ବକ୍ସି ସହରରେ ଅଘଟଣ। ଛୁରୀରେ ଅତର୍କିତ ଆକ୍ରମଣ କଲେ ଯୁବକ । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଏହି ଘଟଣା ସହରରେ ଥିବା ବୁକ୍ସି ଭୋକେସନାଲ ଇଷ୍ଟିଟ୍ୟୁଟ ଅଫ ଆର୍ଟ୍ସ ଆଣ୍ଡ ଟେକ୍ନୋଲୋଜିରେ ହୋଇଥିବା ଜଣାପଡିଛି । 

ଗତକାଲି ରାତି ପ୍ରାୟ ୬.୩୦ ସମୟରେ ସାଂଘାଇ ନିକଟ ୱକ୍ସି ସହରରେ ଥିବା ଭୋକେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ ଆଣ୍ଡ ଟେକ୍ନୋଲୋଜିରେ ଭିତରେ ପଶି ଜଣେ ୨୧ ବର୍ଷୀୟ ଯୁବକ ଛୁରୀ ଧରି ଲୋକଙ୍କୁ ଆକ୍ରମଣ କରିଥିଲେ। ୟିକ୍ସିଙ୍ଗ ପୋଲିସ ଏକ ବିବୃତ୍ତିରେ କହିଛି ଯେ ଚଳିତଥର  ସେହି ଯୁବକ କଲେଜରୁ ସ୍ନାତକ ହାସଲ କରିଥିବା ବେଳେ ତାଙ୍କୁ ସେହି ସ୍କୁଲରୁ ଗିରଫ କରାଯାଇଥିଲା। କଲେଜରୁ ସ୍ନାତକ ହାସଲ କରିଥିବା ଜଣେ ୨୧ ବର୍ଷ ବୟସ୍କ ବ୍ୟକ୍ତି ଏହି ସ୍କୁଲରେ ଗିରଫ ହୋଇଥିଲେ। ଯାହାକୁ ନେଇ ସେ ଏହି ଆକ୍ରମଣ କରିଥିବା ଜଣାପଡିଛି। 

 ସେହିପରି ନିକଟରେ ଚୀନର ଝୁହାଇରେ ଥିବା ଏକ ସ୍ପୋର୍ଟ୍ସ ସେଣ୍ଟରକୁ ଜଣେ ବ୍ୟକ୍ତି ଗାଡି ଚଢାଇଦେଇଥିଲେ । ଯେଉଥିରେ ଅତିକମରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ ହୋଇଥିବା  ନେଇ ଅଧିକାରୀମାନଙ୍କ ପକ୍ଷରୁ ସୂଚନା ମିଳିଥିଲା । ତେବେ ପୋଲିସ ଏହି ଘଟଣାକୁ ନେଇ କହିଛି  ଯେ, ଘଟଣା ଘଟାଇବା ପରେ ଡ୍ରାଇଭର ଜଣକ ନିଜକୁ ଛୁରୀରେ ଆକ୍ରମଣ କରିଥିଲା । ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।