ନୂଆଦିଲ୍ଲୀ, ୦୬/୦୨ : ଯୁବକଙ୍କ ମଳାଶୟରୁ ବାହାରିଲା ଅଫୁଟା ବୋମା । ହସ୍ପିଟାଲ ପରିସରରେ ଖେଳିଗଲା ଚାଞ୍ଚଲ୍ୟ। ହସ୍ପିଟାଲ ଖାଲି କଲା ବୋମା ସ୍କ୍ୱାଡ୍। ଫ୍ରାନ୍ସର ଏକ ହସ୍ପିଟାଲରୁ ଏଭଳି ଆଶ୍ଚର୍ଯ୍ୟଚକିତ ମାମଲା ସାମ୍ନାକୁ ଆସିଛି। ଯୁବକ ଜଣଙ୍କ ଶରୀରରେ ଆଭ୍ୟନ୍ତରୀଣ ଯନ୍ତ୍ରଣା ହେବାରୁ ହସ୍ପିଟାଲ ଯାଇଥିଲେ। ତାଙ୍କ ଶରୀରରେ ଏକ ଅଫୁଟା ଫସିଥିବା ଯାଞ୍ଚ୍ ରୁ ଜଣାପଡ଼ିଥିଲା। ଏହାପରେ ତୁରନ୍ତ ହସ୍ପିଟାଲକୁ ଖାଲି କରିବାକୁ ପଡ଼ିଲା।

ରିପୋର୍ଟ ଅନୁସାରେ, ଗତ ଶନିବାର ବିଳମ୍ବିତ ରାତିରେ ଜଣେ ୨୪ ବର୍ଷୀୟ ଯୁବକ ଟୁଲୁଜ୍ ସ୍ଥିତ ରେଙ୍ଗୱିଲ ଆକ୍ସିଡେଣ୍ଟ୍ ଆଣ୍ଡ ଏମର୍ଜେନ୍ସି ୟୁନିଟ୍ ରେ ପହଞ୍ଚିଥିଲେ । ତାଙ୍କ ମଳାଶୟରେ ଏକ ବଡ଼ ବସ୍ତୁ ଫସିଥିଲା । ସର୍ଜରି ସମୟରେ ଡାକ୍ତର ଯନ୍ତ୍ରଣାର କାରଣ ଖୋଜି ବାହାର କଲେ, ଯାହା ଦେଖିଲେ ସେମାନଙ୍କ ମୁଣ୍ଡ ଘୂରାଇଦେଲା । ଯୁବକଙ୍କ ମଳାଶୟରେ ୧୯୧୮ ମସିହାର ୮ ଇଞ୍ଚର ଏକ ଅଫୁଟା ବୋମା ଥିଲା । ତେବେ ଯୁବକଙ୍କ ମଳାଶୟରେ ବୋମା ଫୁଟିବା ଆଶଙ୍କା କରି ଡାକ୍ତର ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ଓ ଦମକଳ ବାହିନୀକୁ ଖବର ଦେଲେ। ସେତିକି ନୁହେଁ, ତୁରନ୍ତ ହସ୍ପିଟାଲକୁ ଖାଲି ମଧ୍ୟ କରାଇଲେ। କର୍ତ୍ତୃପକ୍ଷମାନେ ବିସ୍ଫୋରକ ସ୍ଥିତିର ଯାଞ୍ଚ୍ ଆରମ୍ଭ କରିବା ପରେ ହସ୍ପିଟାଲ ଚତୁଃପାର୍ଶ୍ୱରେ ଏକ ସୁରକ୍ଷା ବଳୟ ଗଠନ କରାଗଲା । ବୋମା ନିଷ୍କ୍ରିୟକାରୀ ବିଶେଷଜ୍ଞ ବୋମାକୁ ସାଙ୍ଗରେ ନେଲେ । ପୀଡ଼ିତଙ୍କୁ ସର୍ଜରି ପରେ ହସ୍ପିଟାଲରେ ରଖାଗଲା । ତାଙ୍କୁ ଖୁବ୍ଶୀଘ୍ର ପଚରାଉଚରା କରାଯିବ ।

ବିଶେଷଜ୍ଞଙ୍କ ଅନୁସାରେ, ପରମାଣୁ ବୋମା ବ୍ୟକ୍ତିଙ୍କ ମଳଦ୍ୱାରରେ କେମିତି ଫସିଲା, ସେମାନେ ସ୍ପଷ୍ଟ ନୁହନ୍ତି। ଏହା କୌଣସି ଷ୍ଟଣ୍ଡବାଜିର ଭୁଲ ପରିଣତି ହୋଇପାରେ ବୋଲି ଅନୁମାନ କରାଯାଉଛି। ବ୍ୟକ୍ତିଙ୍କ ମଳାଶୟରୁ ମିଳିଥିବା ଏହି ବୋମା ଇମ୍ପିରିୟଲ ଜର୍ମାନୀ ଆର୍ମି ଦ୍ୱାରା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିଲା । ୧୯୧୪-୧୯୧୮ ମସିହା ମଧ୍ୟରେ ୱେଷ୍ଟର୍ନ ଫ୍ରଣ୍ଟ୍ ରେ ବ୍ରିଟିଶ ଓ ଫ୍ରାନ୍ସ ସେନା ବିରୋଧରେ ଲକ୍ଷାଧିକ ବୋମା ନିକ୍ଷେପ ହୋଇଥିଲା।

ଏହି ଖବରଟିକୁ ପଢନ୍ତୁ- କଥାବାର୍ତ୍ତା ହେଉଛନ୍ତି ଏଆଇ : "ମଣିଷ ଏବେ କାମକୁ ନୁହେଁ, ଏବେ ଆମେ ଦେବତା"