ନୂଆଦିଲ୍ଲୀ,୨୨/୦୨; ଭାରତରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ଦିଲ୍ଲୀ ପୁଲିସକୁ ବଡ଼ ସଫଳତା ମିଳିଛି । ତାମିଲନାଡୁର ତିରୁପୁର ଜିଲ୍ଲାରେ ଏକ ବଡ଼ ଅଭିଯାନରେ, ଦିଲ୍ଲୀ ପୁଲିସ୍ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରୁଥିବା ସନ୍ଦିଗ୍ଧ ଗିରଫ ହୋଇଛନ୍ତି । ଆକ୍ରମଣ ପ୍ଲାନ କରୁଥିବା ୮ ସନ୍ଦିଗ୍ଧ ଗିରଫ ହୋଇଛନ୍ତି । ସନ୍ଦିଗ୍ଧମାନେ ବିଦେଶୀ ହ୍ୟାଣ୍ଡେଲଙ୍କ ନିର୍ଦ୍ଦେଶରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ । ସେମାନଙ୍କର ପାକିସ୍ତାନ ଏବଂ ବାଂଲାଦେଶ ସହ ଲିଙ୍କ୍ ଥିବା ଜଣାପଡିଛି । ଏହି ମଡ୍ୟୁଲ ପାକିସ୍ତାନ ଆଇଏସଆଇଏସ ଏବଂ ବାଂଲାଦେଶ ମୌଳବାଦୀ ଗୋଷ୍ଠୀ ସହିତ ସମ୍ପର୍କରେ ଥିଲେ । ସେମାନଙ୍କଠୁ ୮ଟି ମୋବାଇଲ ଫୋନ୍ ଓ ସିମ୍ କାର୍ଡ ଜବତ ହୋଇଛି ।

ପୁଲିସ୍ ସୂଚନା ଅନୁସାରେ, ଗିରଫ ୮ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୬ ଜଣ ତାମିଲନାଡୁର ତିରୁପ୍ପୁର ଜିଲ୍ଲାର ବିଭିନ୍ନ ପୋଷାକ କାରଖାନାରୁ ଅଟକ ରଖାଯାଇଛି । ସେମାନେ ହେଲେ ମିଜାନୁର ରହମାନ, ମହମ୍ମଦ ଶବତ, ଉମର ମହମ୍ମଦ ଲିଟନ, ମହମ୍ମଦ ଶାହିଦ ଏବଂ ମହମ୍ମଦ ଉଜ୍ଜ୍ବଳ ଭାବେ ଚିହ୍ନଟ କରାଯାଇଛି । ପିଶ୍ଚିମବଙ୍ଗର ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଜଣେ ବାଂଲାଦେଶୀ ନାଗରିକ ନିଜ ପରିଚୟ ଲୁଚାଇ ନକଲି ଆଧାର କାର୍ଡ ବ୍ୟବହାର କରୁଥିଲେ । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଶେଷ କିର ମେଟ୍ରୋ ନେଟୱାର୍କରେ ଉତ୍ତେଜନାମୂଳକ ପୋଷ୍ଟର ଦେଖିବାକୁ ମିଳିଥିଲା । ଏହାପରେ ଏହି ମଡ୍ୟୁଲର ପଦ୍ଦାଫାସ ହୋଇଛି ।​​​​​​​

ବଡ଼ ଆତଙ୍କୀ ଯୋଜନା ପଣ୍ଡ- ତଦନ୍ତକାରୀଙ୍କ ଅନୁଯାୟୀ ଏହି ସନ୍ଦିଗ୍ଧମାନେ ବିଦେଶୀ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଭାରତରେ ଏକ ବଡ଼ ଆତଙ୍କୀବାଦୀ ଆକ୍ରମଣ ଯୋଜନା କରୁଥିଲେ । ୮ ସନ୍ଦିଗ୍ଧଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଦିଲ୍ଲୀ ଅଣାଯାଉଛି . ସେମାନଙ୍କ ଘନିଷ୍ଠକୁ ପଚରାଉଚରା କରାଯାଉଛି । ପୁଲିସ ଅଧିକାରୀଙ୍କର ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି କାରଣ ଏହା ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ଏଡ଼ାଇ ଦେଇଛି ।

ମୋବାଇଲ୍ ଫୋନ୍ ଏବଂ ସିମ୍ କାର୍ଡ ଜବତ- ଦିଲ୍ଲୀ ପୁଲିସ ଦଳ ଅଭିଯୁକ୍ତଙ୍କଠାରୁ ୮ଟି ମୋବାଇଲ ଫୋନ୍ ଏବଂ ୧୬ଟି ସିମ୍ କାର୍ଡ ଜବତ କରିଛି । ନେଟୱାର୍କ ଏବଂ ସମ୍ଭାବ୍ୟ ସଂଯୋଗକୁ ଠାବ କରିବା ପାଇଁ ଇଲେକ୍ଟ୍ରୋନିକ୍ ଡିଭାଇସଗୁଡ଼ିକର ଫରେନସିକ୍ ଯାଞ୍ଚ କରାଯିବ । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ଦିଲ୍ଲୀ ନିଆଯାଇଛି। ପୋଲିସ ଏହି ମାମଲାର ବିସ୍ତୃତ ତଦନ୍ତ କରୁଛି ଏବଂ ସେମାନେ କୌଣସି ବଡ଼ ନେଟୱାର୍କ ସହିତ ଜଡିତ କି ନାହିଁ ତାହା ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି । ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ଏହା ବି ପଢନ୍ତୁ...ବାହାହେବାକୁ କହି ଡାକିଲେ, ସୁନା ଗହଣା ଲୁଟିନେଲେ