ପ୍ରତି ସପ୍ତାହରେ ଦର୍ଶକଙ୍କ ପାଇଁ ଓଟିଟି ପ୍ଲାଟଫର୍ମରେ ଖୁବ୍ ବଢ଼ିଆ ଫିଲ୍ମ ଓ ୱେବସିରିଜ ମୁକ୍ତିଲାଭ କରିଥାଏ, ଯେଉଁଥିରେ ନିଶ୍ଚିତ ଭାବରେ କିଛି ନା କିଛି ନୂଆ ଥାଏ । ଏ ସପ୍ତାହରେ ମଧ୍ୟ ନେଟଫ୍ଲିକ୍ରେ ସସ୍ପେନ୍ସଠୁ ଥ୍ରୀଲର୍ରେ ଭରପୂର ଫିଲ୍ମ ଓ ୱେବସିରିଜ୍ ରିଲିଜ ହେଉଛି, ଯେଉଁଥିରୁ ଭରପୂର ମଜା ନେଇପାରିବେ ଦର୍ଶକ ।
ସାରା - ଓମ୍ୟାନ୍ ଇନ୍ ଦ ସ୍ୟାଡୋଜ୍
ଜୁନ୍ ୩ରେ ନେଟଫ୍ଲିକ୍ସରେ ରିଲିଜ ହୋଇଛି ସିକ୍ରେଟ ଏଜେଣ୍ଟଙ୍କ କାହାଣୀ ଆଧାରିତ ଟିଭି ସିରିଜ୍ ‘ସାରା - ଓମ୍ୟାନ ଇନ୍ ଦ ସ୍ୟାଡୋଜ୍’ । ଏହି ରହସ୍ୟମୟ ସିରିଜରେ ଅଭିନୟ କରିଛନ୍ତି କ୍ଲାଉଡିଆ ଜେରିନି, ୟୁନ୍ ସି. ଜୟେଶ୍, ଜାପିଆ ରୋସାରିଓ, କାର୍ମିନ ରିକାନୋ, ଚିଆରା ସେଲେଟୋ, ଜିଆକୋମୋ ଜର୍ଜିଓ ଓ ଆଣ୍ଟୋନିଓ ଜେରାର୍ଡି ।
କ୍ରିମିନାଲ କୋଡ୍
କ୍ରାଇମ୍ ଓ ଥ୍ରୀଲର୍ରେ ଭରପୂର ସୋ’ ‘କ୍ରିମିନାଲ୍ କୋଡ୍’ର ଦ୍ୱିତୀୟ ସିଜନ୍ ୪ ତାରିଖରେ ମୁକ୍ତିଲାଭ କରୁଛି । ଏହି ସିରିଜରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଛକାପଞ୍ଝା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ । ଏଥିରେ ରୋମୁଲୋ ବ୍ରାଗା, ମାଏବେ ଜିଙ୍କିଙ୍ଗ୍ସ, ପେଡ୍ରେ କାଏଟାନୋ, ଥୋମାସ୍ ଆକ୍ୱିନୋ, ଆଲେକ୍ସ ନାଦେର, ଡାନିଏଲ୍ ବ୍ଲାଙ୍କୋ ପ୍ରମୁଖ ନଜରର ଆସିବେ ।
ବାରାକୁଡା କୁଇନ୍ସ
୨୦୨୩ର ଡ୍ରାମା ସିରିଜ ‘ବାରାକୁଡା କୁଇନ୍ସ’ ଦର୍ଶକଙ୍କ ଦ୍ୱାରା ଖୁବ୍ ଆଦୃତିଲାଭ କରିଥିଲା । ଚୋରି ଘଟଣା ଉପରେ ଆଧାରିତ ଏହି ସିରିଜର ଦ୍ୱିତୀୟ ସଂସ୍କରଣ ଜୁନ୍ ୫ ତାରିଖରେ ନେଟଫ୍ଲିକ୍ସରେ ଦେଖିବାକୁ ମିଳିବ । ଏହି ସ୍ୱେଡିଶ୍ ଟିନ୍ଏଜ୍ ଡ୍ରାମାରେ ଅଭିନୟ କରିଛନ୍ତି ଆଲ୍ବା ବ୍ରାଟ, ତିନ୍ଦ୍ରା ମୋନ୍ସେନ, ସାନ୍ଦ୍ରା ଜୁବୋଭିକ୍, ଟି ଷ୍ଟାର୍ନେ, ମିର୍ଜା ତୁରେଷ୍ଟ ଓ ଅନ୍ୟମାନେ ।
ଗିନ୍ନି ଆଣ୍ଡ ଜର୍ଜିଆ
କମେଡି ଡ୍ରାମା ସିରିଜ୍ ‘ଗିନ୍ନି ଆଣ୍ଡ ଜର୍ଜିଆ’ର ଦୁଇଟି ସଂସ୍କରଣ ଏହାରି ମଧ୍ୟରେ ମୁକ୍ତିଲାଭ କରିସାରିଛି । ମର୍ଡର ମିଷ୍ଟ୍ରି ଉପରେ ଆଧାରିତ ଏହି ସିରିଜର ତୃତୀୟ ସିଜନ୍ ୫ ତାରିଖରୁ ଦେଖିବାକୁ ପାଇବେ ଦର୍ଶକ । ଦର୍ଶକ ଏଥିରେ ବ୍ରିଆନେ ହାୱେ, ଆଣ୍ଟୋନିଆ ଜେଣ୍ଟ୍ରି, ଫେଲିକ୍ସ ମଲାର୍ଡ, ସାରା ୱେଲ୍ସଗ୍ଲାସ୍, କେଟି ଡଗ୍ଲାସ୍, ଚେଲ୍ସି କ୍ଲାର୍କ, ଡିଜେଲ୍ ଲା ଟୋରାକା, ସ୍କର୍ଟ ପୋର୍ଟର, ରେମଣ୍ଡ ଆବ୍ଲାକ, ଜେନିଫର ରବର୍ଟସନ୍ ପ୍ରମୁଖ କଳାକାରଙ୍କ ଅଭିନୟ ଦେଖିବାକୁ ପାଇବେ ।
କେ ଓ
ଫ୍ରେଞ୍ଚ ଭାଷାର ଆକ୍ସନଧର୍ମୀ ଫିଲ୍ମ ‘କେ ଓ’ ଜୁନ୍ ୬ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ଭରପୂର ଆକ୍ସନ ଦୃଶ୍ୟ ଦେଖିବାକୁ ପାଇବେ ଦର୍ଶକ । ଜଣେ ଦୁର୍ଦ୍ଦାନ୍ତ ଫାଇଟର୍ର କାହାଣୀ ଏଥିରେ ଦେଖିବାକୁ ପାଇବେ ସିନେପ୍ରେମୀ । ଏଥିରେ ସିରିଲ ଜେନ୍, ଏଲିସ୍ ବେଲାଡି, ମାଥ୍ୟୁ ଲେଷ୍ଟ୍ରାଡେ, ଗ୍ୱେଣ୍ଡାଲ କେର୍ଡାଲହ୍ୱେ ପ୍ରମୁଖ ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ଆନ୍ତୋଇନେ ବ୍ଲୋସିଅର ।
ମର୍ସି ଫର୍ ନନ୍
ଏପ୍ରିଲ ୨୦୨୫ରେ ରିଲିଜ ହୋଇଥିଲା ସାଉଥ୍ କୋରିଆନ ଫିଲ୍ମ ‘ମର୍ସି ଫର୍ ନନ୍’ । ଜୁନ୍ ୬ ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଛି ଏହି ଫିଲ୍ମ । ଏହି ସିରିଜରେ ଜଣେ ଗ୍ୟାଙ୍ଗଷ୍ଟର ନିଜ ଭାଇର ହତ୍ୟାକାରୀ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିବା ଦେଖିବାକୁ ପାଇବେ ଦର୍ଶକ । ଏ ଫିଲ୍ମରେ ସୋ ଜୀ-ସେଓ, ହୁ ଜୁନ୍-ହୋ, ଆନ୍ କିଲ୍-କଙ୍ଗ, ଲି ବେଓମ୍ସୁ, ଗଙ୍ଗ ମ୍ୟୁଂ ପ୍ରମୁଖ ଅଭିନୟ କରିଛନ୍ତି ।
ଷ୍ଟ୍ର
ଜୁନ୍ ୬ରେ ରିଲିଜ ହେଉଛି ଟାଇଲର ପେରିଙ୍କ ‘ଷ୍ଟ୍ର’ । ଇମୋସନରେ ଭରପୂର ଏ ଫିଲ୍ମ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ।
ଦ ସର୍ଭାଇଭର୍ସ
ଅଷ୍ଟ୍ରେଲିଆନ ଡ୍ରାମା ସିରିଜ ‘ଦ ସର୍ଭାଇଭର୍ସ’ ୬ ତାରିଖରେ ନେଟଫ୍ଲିକ୍ସରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ । ଏହି ସିରିଜରେ ମର୍ଡର ମିଷ୍ଟ୍ରିଠାରୁ ଆରମ୍ଭ କରି ଖୁବ୍ ବଢ଼ିଆ ଥ୍ରୀଲର୍ ଓ ସସ୍ପେନ୍ସ ଦେଖିବାକୁ ପାଇବେ ଦର୍ଶକ ।