ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସଙ୍ଗୀତର ମୁକୁଟବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ୮୮ ତମ ଜନ୍ମ ଜୟନ୍ତୀ

Published By : Swapna Ray | October 12, 2024 10:04 AM

ଭୁବନେଶ୍ୱର, ୧୨।୧୦: ଓଡ଼ିଆ ସଙ୍ଗୀତ ଜଗତର ମଉଡ଼ମଣି ସେ । ଶବ୍ଦର ସାଗର । ସ୍ୱରର ସମ୍ରାଟ । ସଙ୍ଗୀତ ହାଟର ସୌଦାଗର । ଆଜି ବି ତାଙ୍କରି ସଙ୍ଗୀତର ମଧୁର ସ୍ୱର ଗୁଞ୍ଜରିତ ହେଉଛି, ପ୍ରତିଟି ଓଡ଼ଆ ସଙ୍ଗୀତପ୍ରେମୀଙ୍କ ମନରେ । ହୃଦୟ ଭାଙ୍ଗିଲେ, ହୃଦୟ ଯୋଡ଼ିଲେ ପ୍ରତିଟି ମୁହୂର୍ତ୍ତରେ ଲୋଡ଼ାପଡ଼େ ଅକ୍ଷୟଙ୍କ ଗୀତ । ଆକାଶରେ ଉଡ଼ୁଥିବା ଗୁଡ଼ି ହେଉ ଅବା ରାସ୍ତାରେ ଗଡ଼ୁଥିବା ଗାଡ଼ି । ଏସବୁ ତାଙ୍କ ପାଇଁ ଗୋଟେ ଗୋଟେ ସ୍ୱର ସଞ୍ଜୋଜନାର ମାଧ୍ୟମ । ଯାହା ଦେଖିଲେ, ଯାହା ଅନୁଭବ କଲେ ତାକୁ ସଙ୍ଗୀତରେ ଜୀବନଦାନ ଦେଇ ସଙ୍ଗୀତ ରୂପରେ ଉପସ୍ଥାପନା କରିବାର କଳା ଥିଲା ତାଙ୍କ ପାଖରେ । ରଜା ଘର ଝିଅ ସଙ୍ଗେ ଭାବ ଲଗାଇ ମେଘ ସାଥେ ଭାସିଯାଉଥିବା ଯାଯାବର ସେ । ତାଙ୍କ ପାଇଁ ଫଗୁଣ କେବେ ଯାଇନି, କୃଷ୍ଣଚୂଡ଼ାରୁ କେବେ ରଙ୍ଗ ଛାଡ଼ିନି । ଓଡ଼ିଆ ସଙ୍ଗୀତର ସ୍ପନ୍ଦନ, ପ୍ରତି ଓଡ଼ିଆଙ୍କ ହୃହୟରେ ଆଜି ବି ସେ ଜୀବିତ । ତାଙ୍କର ମୃତ୍ୟୁ ନାହିଁ ସେ ଅମର । ତାଙ୍କର କ୍ଷୟ ନାହିଁ, ସେଥିପାଇଁ ତ ସେ ସବୁଦିନ ପାଇଁ ଅକ୍ଷୟ । 

ମନେପଡ଼ନ୍ତି ଖୋକା ଭାଇ । ଦଣ୍ଡାବାଳୁଙ୍ଗା, ଜାଇଫୁଲ, ଗଜା ହାତରେ ପଘା, ମମତା ମାଗେ ମୂଲ, ଶଙ୍ଖା ସିନ୍ଦୂର, ସହରୀ ଫୁଲ ଏଭଳି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଖୋକା ଭାଇ । ଆଜି ସେହି ଓଡ଼ିଆ ସଙ୍ଗୀତ ଜଗତର ବାଦଶାହାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି । ୧୨ ଅକ୍ଟୋବର ୧୯୩୬ ମସିହାରେ କଟକର ବାଙ୍କିମୁଣ୍ଡେଇ ଗାଁରେ ଜନ୍ମଗ୍ରହଣ କରିଥିଲେ ସଙ୍ଗୀତର ମୁକୁଟବିହୀନ ସମ୍ରାଟ । ସଙ୍ଗୀତର ହାଟରେ ଅନେକ ହିଟ୍ ଗୀତର ପସରା ମେଲାଇ  ସେ ୨୦୦୧ ମସିହାର ନଭେମ୍ୱର ୧୭ ତାରିଖରେ ଆଖି ବୁଜିଥିଲେ । ଆଜି ସିନା ଖୋକା ଭାଇ ଆମ ସହ ନାହାନ୍ତି, ହେଲେ ତାଙ୍କ ଗୀତ ତାଙ୍କୁ ସବୁବେଳେ ଆମ ଭିତରେ ଜୀବିତ ରଖିଛି । ୮୮ତମ ଜନ୍ମବାର୍ଷିକିରେ ଭାରି ମନେପଡ଼ୁଛନ୍ତି ଖୋକା ଭାଇ । 

ଓଡ଼ିଶାର ସୁନାମଧନ୍ୟ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଅକ୍ଷୟ ମହାନ୍ତି । ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ ସେ କଣ୍ଠଦାନ କରିଛନ୍ତି । ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି । ସଙ୍ଗୀତ କ୍ଷେତ୍ରରେ କୌଣସି ତାଲିମ ନେଇନଥିବା ଅକ୍ଷୟ ଯୁବ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ହେଲେ ଏହାର ସାତ ବର୍ଷ ପରେ ଚାକିରି ଛାଡ଼ି ସଙ୍ଗୀତ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ସେତେବେଳକୁ ସେ ଆକାଶବାଣୀ କଟକର ଗାୟକ ଭାବେ ଗ୍ରାମୋଫୋନ୍‌ ଜରିଆରେ କଣ୍ଠଦାନ କରୁଥିଲେ । ‘ମା’ କଥାଚିତ୍ରର ‘ଗୋରି ଗୋରି ଗୋରି’ ଥିଲା ତାଙ୍କ ପ୍ରଥମ ପ୍ରଚ୍ଛଦ ଗୀତ । ଫକୀର ମୋହନ ସେନାପତିଙ୍କ ‘ପେଟେଣ୍ଟ ମେଡିସିନ୍‌କୁ’ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିତିଥିଲା । ୭୫ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ଏବଂ ୯୨ଟି ଚଳଚ୍ଚିତ୍ରରେ ଗୀତିକାର ସାଜିଛନ୍ତି । ‘ହେ ଫଗୁଣ ତୁମେ’, ‘ରାଜାଝିଅ ସାଙ୍ଗେ’, ‘ରକତ ଟଳମଳ’ ଓ ‘ଚକୋରି ଝରାନା ଲୁହ’ ଆଦି ଗୀତ ମାଧ୍ୟମରେ ଅକ୍ଷୟ ନିଜର ନିଆରା ପରିଚୟ ତିଆରି କରିଛନ୍ତି ଓଡ଼ିଆଙ୍କ ପ୍ରାଣରେ । ୧୯୩୬ ମସିହା, ଅକ୍ଟୋବର ୧୨ ତାରିଖରେ କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.