ନୂଆଦିଲ୍ଲୀ,୩୦/୦୪: ସରକାର ଅଷ୍ଟମ ବେତନ ଆୟୋଗଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରିବାର ଡେଡ୍ଲାଇନ୍ ବଢ଼ାଇ ଦେଇଛନ୍ତି । କର୍ମଚାରୀ ସଂଘଗୁଡ଼ିକ ପାଇଁ ଅନ୍ତିମ ତାରିଖକୁ ବଢ଼ାଇ ୨୦୨୬ ମେ’ ୩୧ କରାଯାଇଛି । ପୂର୍ବରୁ ଏହା ୨୦୨୬ ଏପ୍ରିଲ ୩୦ ଥିଲା ।
ଜାତୀୟ ପରିଷଦ- ଜଏଣ୍ଟ୍ କନ୍ସଲ୍ଟେଟିଭ୍ ମଶିନରୀ(ଏନ୍ସିଜେସିଏମ୍) ଅଷ୍ଟମ ବେତନ ଆୟୋଗଙ୍କୁ ସ୍ମାରକପତ୍ର ଜମା କରିବାର ସମୟସୀମାକୁ ବଢ଼ାଇବାକୁ ଅନୁରୋଧ କରିଥିଲା । ଆୟୋଗ ବୁଧବାର ଅନ୍ତିମ ତାରିଖକୁ ବଢ଼ାଇ ଦେଇଛନ୍ତି । ତେବେ ସମସ୍ତ ସ୍ମାରକପତ୍ର କେବଳ ଧାର୍ଯ୍ୟ ଲିଙ୍କ୍ ଜରିଆରେ ହିଁ କରାଯିବ ବୋଲି ଆୟୋଗ ସ୍ପଷ୍ଟ କରିଛି । ମଙ୍ଗଳବାର ହୋଇଥିବା ଏକ ବୈଠକରେ ଏନ୍ସିଜେସିଏମ୍ ଅଷ୍ଟମ ବେତନ ଆୟୋଗର ଅଧ୍ୟକ୍ଷ ରଞ୍ଜନା ପ୍ରକାଶ ଦେଶାଇ ଏବଂ ଅନ୍ୟ ସଦସ୍ୟମାନଙ୍କଠାରୁ ମେମୋରାଣ୍ଡମ ଜମା କରିବାର ସମୟସୀମାକୁ ବଢ଼ାଇବାକୁ ଅନୁରୋଧ କରିଥିଲା ।
ଅଧିକ ପଢ଼ନ୍ତୁ :- ମେ' ପହିଲାରୁ ବଦଳିବ ଏସବୁ ନିୟମ,ପ୍ରଭାବିତ ହେବ କି ଆପଣଙ୍କ ପକେଟ ?