ଭୁବନେଶ୍ବର,୧୯/୧୧ : ଅଫିସରେ ଷ୍ଟାଫ କହି ଲୋକଙ୍କୁ କରୁଥିଲେ ଠକେଇ । ବିଶ୍ବସ୍ତ ସୂତ୍ରରୁ ଖବରପାଇ ସହିଦ ନଗର ଥାନା ପକ୍ଷରୁ RTOଅଫିସ ପାଖରେ ରେଡ କରାଯାଇଥିଲା। ଏହି ଚଢଉରେ ୯ଜଣ ଦଲାଲଙ୍କୁ ଗିରଫ କରିଛି ପୁଲିସ।
ଗିରଫ ଦଲାଲମାନେ ହେଲେ ବିପିନି କୁମାର ନାୟକ, ଜୀବନ ଦାସ, ସବ୍ୟସାଚୀ ଖଣ୍ଡୁଆଳ, ସୁକାନ୍ତ ବାରିକ, ସୀତୁନ ମହାନ୍ତି, ସୋନୁ ବାରିକ, ବିଶ୍ଵରଂଜନ ବାରିକ, ବିକ୍ରମ ମହାରଣା ଏବଂ ନିରଞ୍ଜନ ଖଟୁଆ । ସେମାନଙ୍କ ନିକଟରୁ ୯ଟି ଲାପଟପ ଏବଂ ଦୁଇଟି ପ୍ରିଣ୍ଟର ଜବତ କରିଛି ପୁଲିସ।