ସୁକୁମା, ୧୧/୦୧ : ଛତିଶଗଡ଼ ସୁକୁମାରେ ୯ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସପିଙ୍କ ନିକଟରେ ଅତ୍ମସମର୍ପଣ କରିଛନ୍ତି। ଏହି ୯ ଜଣଙ୍କ ଉପରେ ୪୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। 

ଏହି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯବାନଙ୍କ ଗାଡିକୁ ଟାର୍ଗେଟ୍ କରି ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ଛତିଶଗଡ଼ ବିଜାପୁର ଜିଲ୍ଲା ମହାଦେବ ଘାଟରେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ସର୍ଚ୍ଚ ଅପରେସନ ପାଇଁ ଯାଉଥିବା ବେଳେ ବିସ୍ଫୋରଣ ହୋଇଛି।