ନବରଙ୍ଗପୁର,୧୦/୭ : ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ୪ଦିନ ଧରି ଚାଲିଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଶିବିରରେ ୯୨୨ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇଛି । ଦୁଇ ଜଣ ରୋଗୀଙ୍କୁ ୟୁରୋଲଜୀର ଅସ୍ତ୍ରୋପଚାର କରାଯାଇଛି । ସେହିଭଳି ୧୮ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲ ସମେତ ଅନ୍ୟାନ୍ୟ ମେଡ଼ିକାଲ କଲେଜରେ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି । ଏସସିବି କଟକର ୬ଜଣିଆ ସୁପର ସ୍ପେସିଆଲିଷ୍ଟ ଡାକ୍ତର ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରିଥିଲେ।
ଏହି ଡାକ୍ତରୀ ଟିମରେ ୟୁରୋଲୋଜୀ ବିଶେଷଜ୍ଞ ଡ଼.ଶବ୍ୟସାଚ୍ଚିପଣ୍ଡା, କାର୍ଡିଓଲୋଜୀ ବିଶେଷଜ୍ଞ ଡା.ଯୋଶବନ୍ତ ବେହେରା, ନେଫ୍ରୋଲୋଜୀ ବିଶେଷଜ୍ଞ ଡା.ଅରୁଣା ଆଚାର୍ଯ୍ୟ, ଗ୍ୟାଣ୍ଟ୍ର ଏଣ୍ଟ୍ରୋଲୋଜୀ ଡା. ସମୀର କୁମାର ହୋତା, ନିୟୁରୋଲୋଜୀ ଡା. ନିହାର ରଞ୍ଜନ ବିଶ୍ବାଳ, ଏଣ୍ଡୋକ୍ରୀୟୋଲୋଜୀ ଡା. ଦେବାର୍ଚନ ଜେନା ପ୍ରମୁଖ ରୋଗୀଙ୍କୁ ବିଭିନ୍ନ ପରୀକ୍ଷା ପରେ ଆବଶ୍ୟକ ଚିକିତ୍ସା ଓ ଔଷଧର ପରାମର୍ଶ ଦେଇଛନ୍ତି।