ଭୁବନେଶ୍ଵର, ୩୦/୧୦ : ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ପୁଲିସରେ ସୃଷ୍ଟି ହେଲା ୯୩୫ ନୂଆ ପଦବୀ। ଗୃହ ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ସବ୍-ଇନସ୍ପେକ୍ଟର ପାଇଁ ୩୫ଟି ନୂଆ ପଦବୀ ସୃଷ୍ଟି ହୋଇଛି। ସେହିପରି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ପାଇଁ ୧୮୦ଟି ପଦବୀ । କନଷ୍ଟେବଳ ପାଇଁ ୭୨୦ଟି ନୂଆ ପଦବୀ ରହିଛି।
ସେହିପରି ଗ୍ରୁପ୍-ଡିରେ ୭୭୮ ନୂଆ ପଦବୀ ସୃଷ୍ଟି ହୋଇଛି। ଡାର୍କ ରୁମ୍ ଆଟେଡାଣ୍ଟ ପାଇଁ ୪, ବୋଟ୍ ମ୍ୟାନ୍- ୩, ସୁଇପର୍ ଜମାଦାର, ମାଳି, ଜଗୁଆଳି ଓ କବଲର୍ ପାଇଁ ଗୋଟିଏ ଲେଖାଏଁ ପଦବୀ ସୃଷ୍ଟି ହୋଇଛି। ଝାଡ଼ୁଦାର ପାଇଁ ୫୫ ପଦବୀ ସୃଷ୍ଟି ହୋଇଛି।