ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ମିଳିଲା ୧୨୦ ଫୁଟ ପାଣି ତଳେ ଥିବା ୯୫୦୦ ବର୍ଷର ସହର, ଜାଣିଛନ୍ତି କି ଏହାର ରହସ୍ୟ ?

Published By : Prameya | November 3, 2024 5:20 PM

ନୂଆଦିଲ୍ଲୀ୦୩/୧୧: ସହର ହଜିଯିବା କଥା କେବେ ଶୁଣିଛନ୍ତି କି । ଏହା ତ କୌଣସି ଜିନିଷ ନୁହେଁ ଯେ ହଜିଯିବ । ଆପଣଙ୍କୁ ହୁଏତ ଏ ଖବର ଚକିତ କରିପାରେ । ଜାଣି ଆଶ୍ଚର୍ୟ୍ୟ ହେବେ ବର୍ଷ ବର୍ଷ ହେବ ଏକ ସହର ପାଣି ତଳେ ବୁଡି ରହିଛି । ୯ ୫୦୦ ବର୍ଷ ପୁରୁଣା ସହର ୧୨୦ ଫୁଟ ପାଣି ତଳେ ହଜି ଯାଇଛି । ଯାହା ଇତିହାସକୁ ଚ୍ୟାଲେଞ୍ଜ ଦେଉଛି । ଗୁଜୁରାଟ ଖମ୍ବାତର ଏକ ସହର ଗଭୀର ଜଳ ତଳେ ରହିଥିବା ଜଣାପଡିଛି । ୨୦୦୨ରେ ଏହି ସହର ପତ୍ତା ମିଳିଛି । ସମୁଦ୍ର ଗର୍ଭରେ   ସହରଟି କିପରି ହଜିଲା ତାର କାରଣ ରହସ୍ୟମୟ ହୋଇ ରହିଛି ।

୧୨୦ ଫୁଟ ପାଣି ତଳେ ଥିବା ଏହି ବିଶାଳ ସହର ଆମ ପ୍ରାଚୀନ ସଭ୍ୟତାର କାହାଣୀ କହୁଛି । ସହରର ଠିକଣା ମିଳିବା ପରେ ସେଠାରୁ ପୁରୁଣା ପାତ୍ର, ମୋତି, ମଣିଷ କଙ୍କାଳ ଉଦ୍ଧାର ହୋଇଛି । ମିଳିଥିବା କଙ୍କାଳ ୯୫୦୦ ବର୍ଷ ପୁରୁଣା ହୋଇଥିବା ପରୀକ୍ଷାରୁ ଜଣାପଡିଛି । ୨୦ ବର୍ଷ ହେବ ଜଳମଗ୍ନ ସହରର ଉତ୍ପତି ନେଇ ଭୂତ୍ତ୍ବବିଜ୍ଞାନୀଙ୍କ ମଧ୍ୟରେ ଯୁକ୍ତିତର୍କ ଜାରି ରହିଛି ।

ଚଳଚ୍ଚିତ୍ର ନିର୍ମାତା ଗ୍ରାହମ ହେନକାକ ଦାବି କରିଛନ୍ତି ଯେ, ସନ୍ଧାନ ମିଳିଥିବା ଏହି ସହର ପୁଣି ଇତିହାସ ଲେଖିପାରିବ । ଏହା ପ୍ରାଚୀନ ସଭ୍ୟତା ପାଇଁ ଆମ ସମୟକୁ ଚ୍ୟାଲେଞ୍ଜ ଦେଉଛି ଯାହା ଲୁଚି ରହିଥିବା ଅଧ୍ୟାୟକୁ ଇସାରା ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.