ସୋର,୧୯/୯ : ଜୁଏଲାରୀ ଦୋକାନର ମାଲିକକୁ ଭୁଜାଲିରେ ହାଣି ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟି ନେଲେ ୪ରୁ ଊର୍ଦ୍ଧ୍ବ ଦୃବୁର୍ତ୍ତ । ଏଭଳି ଏକ ଘଟଣା ଘଟିଛି ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାରରେ ।
ସୂଚନା ଅନୁସାରେ, ମାର୍କୋଣା ବଜାରସ୍ଥିତ ଥିବା ବାବା ମଣି ଜୁଏଲାରିର ମାଲିକ ପ୍ରତାପ ସାହୁ ଦୋକାନ ବନ୍ଦ କରି ରିଆସ୍ଥିତ ଘରକୁ ଯାଇଥିଲେ । ଏହି ସମୟରେ ଘର ସମ୍ମୁଖରେ ନିଜ କାରରୁ ଅଳଙ୍କାର ବ୍ୟାଗ୍ ଧରି ଓହ୍ଲାଇବାବେଳେ ଏକ ଧଳା କାରରେ ୪ଜଣ ଦୁର୍ବୃତ୍ତ ଆସି ଭୁଜାଲିରେ ଆକ୍ରମଣ କରି ୧ କେଜିରୁ ଊର୍ଦ୍ଧ୍ବ ସୁନା ଓ ରୁପା ଅଳଙ୍କାର ଲୁଟ୍ କରି ଫେରାର ହୋଇଯାଇଛନ୍ତି l ଖବରପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l